ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ର଼୍ୟାକେଟ୍ ଉପରେ ପୁଲିସର ଚଢ଼ଉ ।

1
ADVERTISEMENT

ଝାରସୁଗୁଡ଼ା,୨୮।୦୫,(ଡ଼ି.ଏଚ ବ୍ୟୁରୋ):-ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ର଼୍ୟାକେଟ୍ ଉପରେ ଜିଲା ପୁଲିସ ବଡ଼ଧରଣର ଚଢ଼ଉ । ଚଢ଼ଉ ବେଳେ ପୁଲିସ ଏକାଧିକ ମଦ ପ୍ରସ୍ତୁତି କେନ୍ଦ୍ର ଠାବ କରିବା ସହ ମଦ ରନ୍ଧା ପାଇଁ ବ୍ୟବହୃତ ୧୭ଟି ଭାଟିକୁ ଘଟଣାସ୍ଥଳରେ ଭାଙ୍ଗି ନଷ୍ଟ କରିଛି । ଏହାସହ ପ୍ରାୟ ୮୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୨୦ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ନଷ୍ଟ କରଛି।ଏବଂ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରିଛି l

Advertisement