ଭୁବନେଶ୍ୱର,୨୨।୦୩ (ଡ଼ି.ଏଚ ବ୍ୟୁରୋ):-ଆନ୍ଦୋଳନରୁ ଓହରିଲା ପାଚିକା ସଂଘ l ଗତ ଚାରି ଦିନ ଧରି ପାଚିକାମାନେ ଧାରଣାରେ ବସି ରହିଥିବା ବେଳେ ଶେଷରେ ସକାରାତ୍ମକ ପଦକ୍ଷେପ ନେଲେ ରାଜ୍ୟ ସରକାର । ୭ ଦଫା ଦାବି ମଧ୍ୟରୁ ୩ଟି ମୁଖ୍ୟ ଦାବି ଯଥା ବକେୟା ଟଙ୍କା ପ୍ରଦାନ, ପରିଚୟ ପତ୍ର ଯୋଗାଣ ଏବଂ ଯଥୋଚିତ ଦରମା ଦେବାକୁ ମାନିନେବା ପାଇଁ ସରକାର ପକ୍ଷରୁ ପ୍ରତିଶୁତି ଦିଆଯାଇଛି ।

















