ସୁନ୍ଦରଗଡ଼,୧୨/୩(ଡ଼ି.ଏଚ ବ୍ୟୁରୋ):-ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ନିଖୋଜ ଥିବା ଜଣେ ୭ବର୍ଷୀୟ ନାବାଳିକାର ମୃତଦେହ ପୁଲିସ ଉଦ୍ଧାର କରିଜଣେ ଯୁବକକୁ ଗିରଫ କରିଛି । ଗ୍ରାମ ଠାରୁ କିଛି ଦୂରରେ ଥିବା ଜଙ୍ଗଲ ପାହାଡ଼ ଚଟାଣ ତଳୁ ପୁଲିସ ମୃତଦେହ ଉଦ୍ଧାର କରିଥିବାବେଳେ ନାବାଳିକାର ତଣ୍ଟି ଚିପି ହତ୍ୟା କରାଯାଇଛି l ଏବଂ ଗିରଫ ଯୁବକ ନାବାଳିକାକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ସ୍ୱୀକାର କରିଛି l

















