ଛାତ୍ରୀଙ୍କ ସହ ସ୍କୁଲର ୩ଜଣ ଶିକ୍ଷକ ଓ ଜଣେ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ l

6
ADVERTISEMENT

କେନ୍ଦ୍ରାପଡ଼ା,୨୨/୨(ଡ଼ି.ଏଚ ବ୍ୟୁରୋ):-କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ଏକ ପବ୍ଲିକ୍ ସ୍କୁଲରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ସ୍କୁଲର ୩ଜଣ ଶିକ୍ଷକ ଓ ଜଣେ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଗତ ୪ ବର୍ଷ ଧରି ଚାଲିଥିବା ଏହି ନାରକୀୟ କାଣ୍ଡ ଉପରୁ ଏବେ ପରଦା ଉଠିଥିବାବେଳେ ଘଟଣାରେ ଜଣେ ଶିକ୍ଷୟିତ୍ରୀ ସମେତ ମୋଟ୍ ୫ ଜଣଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)। ଅଭିଯୁକ୍ତ ଶିକ୍ଷକମାନଙ୍କୁ ପୁଲିସ ଜେରା କରିବା ବେଳେ ଜାଣିବାକୁ ପାଇଛି ଯେ ଏମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ହେଲେ ସ୍କୁଲ ପ୍ରିନ୍‌ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ। ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ। ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ। ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ ବୋଲି ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି। ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍‌ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏସ୍‌ପି କହିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଜଣେ ପିଅନ ବଳାତ୍କାର କରିବା ଏବଂ ଏଥିରେ ଜଣେ ଶିକ୍ଷୟିତ୍ରୀ ସହଯୋଗ କରିବା ଏକ ଜଘନ୍ୟ ଅପରାଧ।

Advertisement