ଦଧିବାମନ ମନ୍ଦିର ବରି ୧୮୫୫ରୁ୧୮୬୯ ମସିହା ରଥଯାତ୍ରା ଏଆଇ ୟୁଟ୍ୟୁବରେ ଲୋକାର୍ପଣl

3
ADVERTISEMENT

ଭୁବନେଶ୍ୱର,୧୬/୦୨(ଲିପିକା ରାଣୀ ରାଉତ):- ଜଗନ୍ନାଥ ସଂସ୍କୃତି ପାଇଁ କାର୍ଯ୍ୟ କରି ଆସୁଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତି ରକ୍ଷକ ସମ୍ମାନ ଜଗନ୍ନାଥ ପ୍ରଚାର ସଂସ୍ଥାନ ପକ୍ଷରୁ ପ୍ରଦାନ କରାଯାଇଛି । ୧୮୫୫ ମସିହାରୁ ୧୮୬୯ ମସିହା ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ଦଧି ବାମନ ମନ୍ଦିର ବିଷୟରେ ଏଆଇ ଭିଡ଼ିଓ ଫିଲ୍ମ ଦଧି ବାମନ ମନ୍ଦିର ବରି ଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ୟୁଟ୍ୟୁବରେ ଲୋକାର୍ପିତ କରାଯାଇଛି ।ଅଦିନିଆ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ର ବିଧାନ ଓ କାଳ ନିର୍ଣ୍ଣୟ ଏଆଇ ଭିଡ଼ିଓ ଫିଲ୍ମ ୟୁଟ୍ୟୁବ ରେ ଲୋକାର୍ପିତ ହୋଇସାରିଛି , ଶ୍ରୀଜଗନ୍ନାଥ ଙ୍କ ସ୍ନାନ ଯାତ୍ରା ଜ୍ୟେଷ୍ଠ ପୁର୍ଣିମା ଓ ରଥଯାତ୍ରା ଆଶାଡ଼ ଶୁକ୍ଲପକ୍ଷ ଦ୍ୱତୀୟାରେ ହୋଇଥାଏ,l

ମହାପ୍ରଭୁ ଙ୍କ ନିତ୍ୟ ନିତି କୁ ପରିବର୍ତ୍ତନ କରା ଯାଇ ପାରିବ ନାହିଁ ଆଲୋଚନା କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ର ସଦସ୍ୟ ମାନେ ଯୋଗ ଦେଇଥିଲେ, ସମସ୍ତେ ଶ୍ରୀଜଗନ୍ନାଥ ସଂସ୍କୃତିକୁ ବିକୃତି କରିବାକୁ ମନୁଷ୍ୟ ଇଚ୍ଛାକୃତ ରୀତି ନିତି ପରିବର୍ତ୍ତନ କୁ ଏକ ସ୍ୱରରେ ସମସ୍ତେ ପ୍ରତ୍ୟାଖ୍ୟାନ କରିଥିଲେ,ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ଼ ନାରାୟଣ ମହାପାତ୍ର, ବିଜୟ ମୋହନ, ପଣ୍ଡା ପର୍ଶୁରାମ ଦାସ , ତ୍ରିଲୋଚନ ନାୟକ, ମନୋଜ ନାୟକ ,ସୁରେଶ ମିଶ୍ର, ଅନୁପମା ମିଶ୍ର ,ଭାରତୀ ଭୂଷଣ ପଟ୍ଟନାୟକ, ଅନାମିକା ସ୍ୱାଇଁ, ପଟ୍ଟନାୟକ ଶ୍ରୀନିବାସ ରାଓ, ମୁକ୍ତିକାନ୍ତ ବାରିକ ଓ ଦଧି ବାମନ ମନ୍ଦିର ର ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ, ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ପୂଜ୍ୟ ମହନ୍ତ ରାମକୃଷ୍ଣ ଦାସ ମହାରାଜା ସଭାପତି ପୂଜ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, କାର୍ଯ୍ୟକାରୀ ସମ୍ପାଦକ ପ୍ରଭାକର ମଲ୍ଲିକ, ଉପସଭାପତି ବୈକୁଣ୍ଠ ମହାପାତ୍ର, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ ,ପରିଚାଳନା ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ନେଉ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଯେପରି ସବୁଆଡେ କରାଯାଉଥିଲା ସେପରି କରାଯିବ ,ଆସନ୍ତା ଦିନରେ ସମସ୍ତଙ୍କ ଅବଗତ ପାଇଁ ପ୍ରାରମ୍ଭିକ ସୂଚନା ଭାବେ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ପରି ତଥ୍ୟ ଭିତ୍ତିକ ପୁସ୍ତକ ହିନ୍ଦି ଓ ଇଂଲିଶ ରେ କରାଯାଇ ଦିନିକିଆ ସତସଙ୍ଗ, ଦୁଇ ଦିନିଆ ସତସଙ୍ଗ ଓ ତିନି ଦିନିଆ ସତସଙ୍ଗ ରାଜ୍ୟ ଦେଶ ବିଦେଶ ରେ ବହୁଳ ଭାବେ ହୋଇ ପାରିବ,ଦେଶ ଓ ଦେଶ ବାହାରେ ହିନ୍ଦୀ ଓ ଇଂଲିଶ ରେ କଥାମୃତ କାର୍ଯ୍ୟକ୍ରମ କରାଯିବା ପାଇଁ ପ୍ରୟାସ କରାଯାଉଛି ।

Advertisement