ଭୁବନେଶ୍ୱର,(ଲିପିକା ରାଣୀ ରାଉତ):-ଦେଉଳିମଠ କାକଟପୁର ଠାରେ ଶ୍ରୀଜଗନ୍ନାଥଙ୍କ ୨୪ବେଶ ପ୍ରଦର୍ଶନ ଓ ପାଞ୍ଚରାତ୍ର କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥଙ୍କ ବାଲିଵାମନ ବେଶ ଓ ଶ୍ରୀ ମନ୍ଦିର ରେ ବେଢା ପରିକ୍ରମା ଏଆଇ ଭିଡ଼ିଓ ଫିଲ୍ମ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ୟୁଟ୍ୟୁବ ରେ ଲୋକାର୍ପିତ କରାଯାଇଛି,ପୂର୍ବରୁ ମଧ୍ୟ ୧୮୦୫ ମସିହା ରୁ ୧୮୨୨ ଓ ୨୮୨୩ ରୁ ୧୮୪୨ ରଥଯାତ୍ରା ର ଏଆଇ ଫିଲ୍ମ ୟୁଟ୍ୟୁବ ରେ ଛଡ଼ା ଯାଇଛି , ବାବା ସତ୍ୟାନନ୍ଦ ଦାସ ମହାରାଜ ୫ ଦିନ ଧରି ଧାରାବାହିକ ଭାବେ ତାଙ୍କର ଆଶ୍ରିବଚନ ପ୍ରଦାନ କରୁଛନ୍ତି,ଲୋକାର୍ପଣ କାର୍ଯ୍ୟକ୍ରମ ରେ ଡ଼ ନାରାୟଣ ମହାପାତ୍ର, ତ୍ରିଲୋଚନ ନାୟକ ,ବିଜୟ ପଣ୍ଡା, ଭାରତୀ ଭୂଷଣ ପଟ୍ଟନାୟକ, ଚୈତନ୍ୟ ନାୟକ, ଶ୍ରୀନିବାସ ରାଓ, ଚକ୍ରଧର ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଶ୍ରୀଜଗନ୍ନାଥ ଙ୍କ ୨୪ ବେଶ ପ୍ରଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ଅତି ଆକର୍ଷଣୀୟ ହୋଇ ଥିଲା ମହାପ୍ରଭୁ ଙ୍କ ଏକା ଥରେ ଏତେ ବେଶ ଦେଖିବା ପାଇଁ ଓ ସତସଙ୍ଗ ରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମି ମାନେ ଯୋଗ ଦେଇଥିଲେ, ଶ୍ରୀ ଜଗନ୍ନାଥଙ୍କ ପୁରାଣ ସ୍କନ୍ଦପୁରାଣ ଉତ୍କଳ ଖଣ୍ଡ ଅନୁଯାଇ, ଏହି ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ କରାଯାଉଛି ।

















