ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

3
ADVERTISEMENT

ମାଲକାନଗିରି,୦୫।୦୨(ଡ଼ି.ଏଚ ବ୍ୟୁରୋ):- ଛତିଶଗଡ ମାଓ ସଂଗଠନର ହାର୍ଡକୋର ମାଓବାଦୀ ଶୁକ୍ରାମ ମାଡକାମ ନିଜର ଅତ୍ୟାଧୁନିକ SLR ବନ୍ଧୁକ ସହ ୧୨ଟି ଅଫୁଟା ଗୁଳି, ଦୁଇଟି ଲେଣ୍ଡମାଇନ, କୋଡେକ୍ସ ତାର, ବିଦ୍ୟୁତ ତାର, ମେଡିସିନ୍ ଓ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ସହ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏବଂ ସେ ଛତିଶଗଡ ସୁକୁମା ଜିଲ୍ଲା ସହ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଅଞ୍ଚଳର ଅନେକ ହିଂସା କାଣ୍ଡ ରେ ଜଡିତ ଥିଲେ ।

Advertisement