ନୟାଗଡ଼,୦୫।୦୨(ଡ଼ି.ଏଚ ବ୍ୟୁରୋ):- ନୟାଗଡ଼ ବାରାକରେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ କନେଷ୍ଟବଳ ସୁନୀଲ ସେଠୀ । କନେଷ୍ଟବଳ ସୁନୀଲ ସେଠୀଙ୍କ ଘର ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲ ଗାଁରେ ହୋଇଥିବାବେଳେ ସେ କନେଷ୍ଟବଳ ଭାବେ ନୟାଗଡ଼ ବାରାକରେ କାର୍ଯ୍ୟରତ ଥିଲେ । ଏବଂ ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ସ୍ଥାନୀୟ ପୋଲିସ ଥାନାର ତଦନ୍ତ ଜାରି ।


















