କଳାହାଣ୍ଡି,୧୧/୧୨(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର ଗାଡି । ଟ୍ୟାଙ୍କରଟି ରାୟଗଡ଼ା ଦେଇ ଭବାନୀପାଟଣାକୁ ଆସୁଥିବେବେଳେ ଭାରସ୍ୟାମ ହରାଇ ଓଲଟି ପଡ଼ିବାରୁ ସେହି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଏବଂ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ, ନର୍ଲା ପୋଲିସ ଉପସ୍ଥିତ ରହି ଅନୁଧ୍ୟାନ କରୁଥିବା ବେଳେ ଦୁର୍ଘଟଣାରେ ଟ୍ୟାଙ୍କରର ଇଞ୍ଜିନ କ୍ଷତିଗ୍ରସ୍ତ ହେଇଛି।
















