ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ।

50
ADVERTISEMENT

ବ୍ରହ୍ମପୁର ୦୩/୧୨(ଇ ରଞ୍ଜନ):-ଜାତୀୟ ରାଜପଥ ୫୯ ନମ୍ବର ତଥା ହିଞ୍ଜିଳି ଥାନା ଅଧିନସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ଠାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ। ମୃତକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ନୂଆ ବଉଳଝୋଳି ଗ୍ରାମ ର ସିମାଞ୍ଚଳ ପ୍ରଧାନଙ୍କ ପୁଅ ଜୀତେନ୍ଦ୍ର ପ୍ରଧାନ (୩୪) ବୋଲି ଜଣାପଡିଛି। ସୂଚନା ପ୍ରକାରେ ଜିତେନ୍ଦ୍ର ହିଞ୍ଜିଳିରୁ ନିଜ ଗ୍ରାମକୁ ବାଇକ୍ ଯୋଗୁଁ ଫେରୁଥିବା ସମୟରେ ରାସ୍ତା ମଝିରେ ଥିବା ପୋଲିସ ବ୍ୟାରିକେଡ଼ କୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ ଯାହାଫଳରେ ଘଟଣାସ୍ଥଳରେ ଜିତେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସରକାର ଏବଂ ଜାତୀୟ ରାଜପଥ ଅଧିକାରିଙ୍କ ଇଛା ଶକ୍ତି ଅଭାବ କାରଣରୁ ହିଞ୍ଜିଳି ଠାରୁ ବ୍ରହ୍ମପୂର ପର୍ଯ୍ୟନ୍ତେ ଅଧ ରାସ୍ତାରେ ଅଟକିଛି l ରାସ୍ତା ମଝିରେ ୱାଲ ଏବଂ ଆଲୋକିକରଣ ଯାହା ଫଳରେ ରାସ୍ତା ଆରୋହୀ ମାନେ ବିଭିନ୍ନ ସମୟରେ ଦୁର୍ଘଟଣା କିମ୍ବା ଡକାୟତଙ୍କ ମରଣାନ୍ତକ ଆକ୍ରମଣରେ ଶିକାର ହୋଇ ମୃତ୍ୟୁବରଣ କରୁଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।

Advertisement