ରାୟଗଡ଼ା,୨୮/୧୧(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ବାଙ୍ଗି ଛକରେ ଟ୍ରଲର ଚାପାରେ ଟ୍ରଲର ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ । ଟ୍ରଲରର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଙ୍ଗି ଛକରେ ଅଟକି ଯାଇଥିଲା। ଫଳରେ ଗାଡ଼ି ଚାଳକ ଗାଡ଼ିତଳେ ତାହାର ଅନୁଧ୍ୟାନ କରିବା ସମୟରେ ହଠାତ୍ ଟ୍ରଲର ଚକା ଗଡ଼ିଯିବାରୁ ଚକାତଳେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା l ଏବଂ ମୃତ ଟ୍ରଲର ଚାଳକ ବିହାରର ଶ୍ରୀରାଜ ଅନସାରୀ(୪୦) ବୋଲି ସୂଚନା ।
















