ବଲାଙ୍ଗୀରି,୨୬/୧୧(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ବାହାଘର ଶୋଭାଯାତ୍ରା ବେଳେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା ଗାଡ଼ି । ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ନବବଧୂର ଭାଇ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତି । ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଳି ଗାଁର ଘିବଲୁ ବାଗ ।


















