ପୁରୀ,୩୧/୮(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଜଗନ୍ନାଥ ରୋଡ଼ରେ ଚନ୍ଦନପୁର ଥାନା ପୋଲିସର ଚଢାଉ ବେଳେ ୧୫୭ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ୩ ବ୍ରାଉନସୁଗାର ବେପାରୀ ଗିରଫ । ସେମାନଙ୍କ ଠାରୁ ମୋଟର ସାଇକେଲ, ତିନୋଟି ମୋବାଇଲ ଫୋନ୍, ଓ ଛୁରୀ ଜବତ ହୋଇଥିବାବେଳେ ତିନି ଅଭିଯୁକ୍ତ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ପଣ୍ଡା, ଲିଟୁ ପ୍ରଧାନ, ନିରଞ୍ଜନ ପରିଡ଼ା।


















