ଗୋବିନ୍ଦପୁର,୦୭/୪(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ତାଳବରକୋଟ ଗାଁରେ ସମ୍ପତି ପାଇଁ ସ୍ତ୍ରୀ, ପୁଅ ଓ ଶାଳୀକୁ ଗୁଳି କରି କଟୁରୀରେ ଆକ୍ରମଣ କଲା ସ୍ୱାମୀ। ସ୍ୱାମୀର ଏହି ଆକ୍ରମଣରେ ସ୍ତ୍ରୀ, ପୁଅ ଓ ଶାଳୀ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ଥିବାବେଳେ ଗୋବିନ୍ଦପୁର ଥାନା ପୁଲିସ ବନ୍ଧୁକ ସହ କଟୁରୀ ଜବତ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।