ବ୍ରହ୍ମପୁର,୨୩/୧୧(ଡ଼ି.ଏଚ୍. ବ୍ୟୁରୋ):- ହତ୍ୟା ଏବଂ ବିସ୍ଫୋରଣ ମାମଲାରେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡାନିର୍ଦ୍ଦୋଷରେ ଖଲାସ l ଗୁଣପୁର ଏଡିଜେ କୋର୍ଟ ତଥ୍ୟ ଓ ପ୍ରମାଣ ଅଭାବରୁ ସବ୍ୟସାଚୀଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଦେଇଛନ୍ତି । ସେ ୨୦୦୪ ମସିହାରେ ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷ ଡାକୁ ମାଝୀଙ୍କୁ ହତ୍ୟା ଏବଂ ପୁଲିସ ଇନ୍ଫର୍ମର୍ ସନ୍ଦେହରେ ମରିଚଗୁଡ଼ାରେ ଗୋଟିଏ ଘର ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହୋଇଥିଲେ ।