ଗଜପତିରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର

251
ADVERTISEMENT

ପାରଳାଖେମୁଣ୍ଡି, ୧୮/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀ ସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “କଳାଞଳି” ସେବା ସଂସ୍ଥା ପକ୍ଷରୁ “ପ୍ରଭା” ଅନୁଷ୍ଠାନ ସହଯୋଗରେ ପାରଳାଖେମୁଣ୍ଡିର ଠାରେ ଥିବା ଡଃ: ରବି ନର୍ସିଂ ହୋମ୍ ର ମୁଖ୍ୟ ଡଃ: ଆର ରବିଙ୍କ ସ୍ୱଗୀୟ ପିତା ଆର:S ଶିବାରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଗ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କାର୍ଯ୍ୟକ୍ରମ ପୋଡୋସି ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସ୍ଥିତ କୁଇନ ଏନ. ଆର. ଆଇ ହସପିଟାଲର ବିଭିନ୍ନ ବିଭାଗର ୪ ବିଶେଷଜ୍ଞ ଡାକ୍ତର ଯୋଗଦେଇ ୭୦୦ ରୁ ଅଧିକ ବିଭିନ୍ନ ପ୍ରକାରର ରୋଗ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଓ ପରୀକ୍ଷା କରି ମାଗଣାରେ ଔଷଧ ପ୍ରଦାନ କରିଥିଲେ । ଶିବିର କାର୍ଯ୍ୟକ୍ରମରେ ଆବଶ୍ୟକ ସ୍ଥଳେ ରୋଗୀ ମାନଙ୍କୁ ପରୀକ୍ଷା ପାଇଁ ଇସିଜି ଏବଂ ୨ଡି- ଇସିଏଚ ମଧ୍ୟ ରହିଥିଲା। ଏହି ସ୍ବାସ୍ଥ୍ୟ ଚିକିତ୍ସା ଶିବିରରେ କୁଇନ ଏନ ଆର ଆଇ ହସପିଟାଲର ଛାତି ରୋଗ ବିଶେଷଜ୍ଞ ଡାକ୍ତର କେ. ସୁରେନ୍ଦ୍ର, ହୃଦ ରୋଗ ବିଶେଷଜ୍ଞ ଡାକ୍ତର ଏସ ଏସ ପି ସୁବ୍ରମଠ୍ୟମ୍, ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ: ପି ଶରତ ରାମା ଏବଂ ଔଷଧ ବିଶେଷଜ୍ଞ ଡଃ: ସୟେଦ ରାହମ୍ ତୁଲ୍କା ଙ୍କ ସମେତ ପାରଳାଖେମୁଣ୍ଡି ରବି ନର୍ସିଂ ହୋମ୍ ର ମୁଖ୍ୟ ଡଃ ଆର. ଆର. ରବି ପ୍ରମୁଖ ଯୋଗ ଦେଇ ମାଗଣା ଚିକିତ୍ସା ସେବା ଯୋଗାଇ ଥିଲେ। ମୁଖ୍ୟତଃ ଗୋଟିଏ ସ୍ଥାନରେ ଗଜପତି ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ପ୍ରକାରର ରୋଗୀ ମାନଙ୍କର ବିଭିନ୍ନ ପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଚିକିତ୍ସା ସେବା ଯୋଗାଇ ଦେବା କାର୍ଯ୍ୟକୁ ମୁଖ୍ୟ ଉଦ୍ଦେଶ୍ୟ ବୋଲି “କଳାଞଳିଂ” ଓ “ପ୍ରଭା” ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କୁଇନ – ଏନ ଆର ଆଇ ହସପିଟାଲର ୪ ଜଣ ଡାକ୍ତରଙ୍କ ସମେତ ୧୪ ଜଣ କର୍ମଚାରୀ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଲୋକ ସମ୍ପର୍କ ଅଧିକାରୀ ଶ୍ରୀନିବାସ ବେହେରା ସମେତ “କଳାଞଳିଂ” ଅନୁଷ୍ଠାନ ବି. ଏସ. ରାଓ ଏବଂ ବି. ଜନାଦ୍ଧନ ଓ ତାଙ୍କ ସହଯୋଗୀ ଏବଂ “ପ୍ରଭା” ଅନୁଷ୍ଠାନ ନିଦ୍ଧେଶକ ଏ. ଏସ ରାଓ ନାନାଜି ଓ ତାଙ୍କ ସହଯୋଗୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Advertisement