ଯୁବକକୁ ଆକ୍ରମଣ ଘଟଣାରେ ବାପ,ପୁଅ,ପୁତୁରା ସହ ୫ ଗିରଫ ।

276
ADVERTISEMENT

କୁକୁଡାଖଣ୍ଡି,୧୮/୮(ଇ .ରଞ୍ଜନ) : ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ହୁଗୁଳାପଟା ଗ୍ରାମରେ ମଙ୍ଗଳବାର ରାତିରେ ସଂଘବଧ ଭାବେ ଜଣେ ଯୁବକକୁ ଆକ୍ରମଣ କରିବା ଫଳରେ ସଦରଥାନା ପୁଲିସ ଗୁରବାର ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଫେରାର ଥିବା ୫ ଜଣଙ୍କୁ ନିମଖଣ୍ଡି ଫାଣ୍ଡି ପୋଲିସ ଗିରଫ କରି କୋଟ ଚାଲାଣ କରିଛି ।ଗିରଫ ଜଣଙ୍କ ହେଲେ ପୂବରୁ ଗିରଫ ହୋଇଥିିବା ସୂଯ୍ୟନାରାୟଣ ଗୌଡଙ୍କ ଦୁଇ ପୁଅ ଅନୀଲଗୌଡ(୨୪),ଅଶୋକ ଗୌଡ(୨୩),ସୂଯ୍ୟଙ୍କ ଭାଇ ମାଙ୍ଗୁ ଗୌଡ(୬୦) ମାଙ୍ଗୁଙ୍କ ଦୁଇ ପୁଅ ଗାଣ୍ଡୁ ଗୌଡ(୨୩) ଓ କାଳିଆ ଗୌଡ(୨୫) ବୋଲି ଜଣା ପଡିଛି।ଘଟଣାରୁ ପ୍ରକାଶ ଯେ ହୁଗୁଳାପଟା ଗ୍ରାମର ରିଙ୍କୁ ମହାରଣା ରାତ୍ର ସମୟରେ ଘର ନିକଟସ୍ଥ ଏକ ପାନ ଦୋକାନକୁ ପାନ ଖାଇବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ସୂଯ୍ୟନାରାୟଣ ଗୌଡ ରିଙ୍କୁ କୁ ଗାଳିଗୁଲଜ କରିଥିଲେ ।ପରେ ସୂଯ୍ୟଙ୍କ ପୁଅ ପୁତୁରା ଆସି ପାଠାଗାର ନିମାଣ କାମ ବନ୍ଦ କର ନହେଲେ ଟଙ୍କା ଦେବୁନୁ କହି ଗାଳିଗୁଲଜ ସହ ହକି ଷ୍ଟିକରେ ମାଡ ମାରିଥିଲେ ।ଏହାକୁ ରିଙ୍କୁ ମା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ ମରାଯାଇଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା ।ଆକ୍ରମଣରେ ରିଙ୍କୁ ଗୁରୁତର ହୋଇ ବ୍ରହ୍ମପୁର ବଡ ଡାକ୍ତରଖାାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ନିମଖଣ୍ଡି ଫାଣ୍ଡି ପୋଲିସ ଘଟଣାର ତଦନ୍ତକରି ସଂପୃକ୍ତ ୬ ଜଣଙ୍କୁ ଗିରଫକରି କୋଟଚାଲାଣ କରିଥିବା ସୂଚନା ଦେଇଛନ୍ତି ନିମଖଣ୍ଡି ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ ।

Advertisement