
ଦିଗପହଣ୍ଡି,୧୮/୮(ଏଜେନସି ): ବହୁ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ବିଭାଗକୁ କ୍ରିୟାଶୀଳ କରିଥିବା ଜଣାଯାଇଅଛି। ପରିବର୍ତ୍ତନ ନୂଆ ନିୟମ ଅନୁସାରେ ଚିମିନୀ ଇଟାଭାଟି ପାଇଁ ଦରକାର ହେଉଥିବା ଏନ.ଜିଟି କ୍ଲିଅରେନ୍ସ ମାଇନିଂ ପ୍ଲାନ ଏବଂ ୟୁନିଭର୍ସାଲ ମେଣ୍ଟାଲ କ୍ଲିଅରେନ୍ସ ପ୍ରଦାନ କରୁନଥିବା କାରଣରୁ ଜିଲ୍ଲାପାଳକୁ ନିର୍ଦ୍ଦେଶ କ୍ରମେ ଆଜି ସାନଖେମୁଣ୍ଡି ତହସିଲ ଅଞ୍ଚଳର ସମସ୍ତ ୧୧ଗୋଟି ଚିମିନୀ ଇଟାଭାଟିକୁ ତହସିଲ ପକ୍ଷରୁ ଯାଞ୍ଚ କରାଯିବ ସହ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟାଇଥିବା ଧର୍ମରାୟପୁର, ଖଲିଙ୍ଗୀ, କଇଠବେଡା,ଗମ୍ଭାରୀଗୁଡା, ନିସ୍ତିପୁର ଓ କରାଖଣ୍ଡି ଗ୍ରାମସ୍ତିତ ଚିମିନୀ ଇଟାଭାଟିକୁ ସିଲ କରାଯାଇଅଛି। ପୂର୍ବ ପ୍ରସ୍ତୁତି ସହ ଆରମ୍ଭ ହୋଇଥିବା ଏହି ନାଲିବାନା ପୋତା କାର୍ଯ୍ୟକ୍ରମରେ ହିଂସା ଘଟିବ କାରଣରୁ ପାଟପୁର ଥାନା ଓ ହିଂଜିଳି ଥାନା ଅଧିକାରୀଙ୍କ ଉପସ୍ଥିତି ସହ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସରକାରୀ ମନ୍ତ୍ରୀ ଦେବବ୍ରତ ସେଠି, ଦିଗପହଣ୍ଡି ଅଗ୍ନିସମ ଅଧିକାରୀଙ୍କ ସହ କଙ୍କୋରଡା ଏବଂ ଖଲିଙ୍ଗୀ ଓ ଶ୍ରୀ ଚଳନପୁର ରାଜସ୍ୱ ସର୍କିଲ କର୍ମଚାରୀଙ୍କ ଉପସ୍ଥିତିରେ ଉପରୋକ୍ତ ୭ ଗୋଟି ଚିମିନୀ ଇଟାଭାଟିକୁ ମାପଜୁପ ସହ ହିସାବ କରି ସିଲ କରାଯିବା ସହ ନାଲିବାନା ପୋତାଯାଇ ନିଷେଧଅଞ୍ଚଳ ଘୋଷିତ କରାଯାଇଛି। ଏତଦ୍ ବ୍ୟତୀତ ଆବଶ୍ୟକୀୟ ପ୍ରମାଣପତ୍ର ସହ ଆବେଦନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟସୂତ୍ର ପ୍ରକାରେ ବର୍ତ୍ତମାନର ମୌସୁମୀ ବର୍ଷା କାରଣରୁ ଇଟା ବ୍ୟବସାୟ ସ୍ଥିର ଥିବା ବେଳେ ଅଦିନରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜସ୍ବ ବିଭାଗ ଅଳସ ଭାଙ୍ଗୁଥିବା ସାଧାରଣ ଚର୍ଚ୍ଚା ହେଉଥିବା ଜଣାଯାଇଅଛି। ପରନ୍ତ ଅଵେଧ ରାଜସ୍ବ ହାନୀ ଘଟଣାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରିଥିବାରୁ ଅଞ୍ଚଳ ବୃଦ୍ଧଜୀବୀ ପ୍ରଶାସନକୁ ସାଧୁବାଦ ଜଣାଇଥିବା ଆଲୋଚନା ହେଉଅଛି ।


















