ବରଗଡ଼,୦୯/୮(ଡି.ଏଚ୍ ବ୍ୟୁରୋ):- ଭିଜିଲାନ୍ସ ଜାଲରେ ବରଗଡ଼ ପାଇକମାଳ ସହାୟକ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ । ସେ ଜଣେ ସାର ଡିଲରଙ୍କଠାରୁ ଲାଇଲେନ୍ସ ବାତିଲ କରିବା ଧମକ ଦେଇ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏବଂ ଏହି ଆଧାରରେ ଭିଜିଲାନ୍ସ ଟିମ ତାଙ୍କର ବରଗଡ ପାଇକମାଳସ୍ଥିତ ଅଫିସ, ଭୁବନେଶ୍ବର ଶୈଳେଶ୍ରୀ ବିହାରସ୍ଥିତ ଘର, କଟକ ତିଗିରିଆ ସ୍ଥିତ ପୈତୃକ ଘରେ ଚଢାଉ ଜାରି କରିଛି ।