ସ୍ବଚ୍ଛ ଭାରତ ଅଭିଯାନ :ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ପାଳନ

1402
ADVERTISEMENT


କୋରାପୁଟ ,୦୮/୦୮(ଏଜେନସି ): ଦିନକୁ ଦିନ ପ୍ଲାଷ୍ଟିକ ଜିଣିଷ ଓ ପଲିଥିନ ଯୋଗୁଁ ଋତୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ, ଭୂତଳ ଜଳର ହ୍ରାସ, ଜଙ୍ଗଲ ନଷ୍ଟ, ଉଦ୍ଭିଦ ବଂଶ ନାଶ, ପରି ବିଭିନ୍ନ ସମସ୍ୟା ବଢ଼ିବାରେ ଲାଗିଛି । ଯାହାକି ସମସ୍ତ ଜୀବଜଗତର ଅଗାମି ପିଢ଼ି ପାଇଁ ଏକ ବିପଦ ବାତାବରଣ ଦିଗକୁ ଠେଲି ନେଉଛି। ଏହାକୁ ଆଖି ଆଗରେ ରଖି ସରକାର ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର କମାଇବା ସହ ପଲିଥିନ ସମ୍ପୂର୍ଣ ବନ୍ଦ କରିବା ପାଇଁ କସରତ କରୁଛନ୍ତି । ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି । ହେଲେ ଲାଗୁଛି ସବୁ କିଛି ଯେମିତି କାଗଜ କଲମରେ ଚାଲିଛି । ବାସ୍ତବ ଚିତ୍ର କିଛି ଭିନ୍ନ । ଚାଲନ୍ତୁ ଯିବା କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଆଉ ଦେଖିବା ଏଠି ପରିମଳ ବ୍ୟବସ୍ଥା କେମିତି ରହିଛି । ଏଥିପାଇଁ ବିଭିନ୍ନ ସରକାରି ବେସରକାରୀ ଅନୁଷ୍ଠାନ ପକ୍ଷରୁ ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ଜରସର କରୁଥିବା ବେଳେ ତାହା କିନ୍ତୁ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଭଳି ଜାଗାରେ ଫେଲ ମାରିଛି । ଶ୍ରାବଣ ମାସରେ ଲକ୍ଷାଧିକ କାଉଡିଆ ବୋଲବମ ଭକ୍ତ ପ୍ଲାଷ୍ଟିକ ଢାଳରେ ଆଣିଥିବା ପାଣି ଶିବଲିଙ୍ଗରେ ଢାଳିବା ପରେ ଏହି ପ୍ଲାଷ୍ଟିକ ଢାଳ ମନ୍ଦିର ପରିସରରେ ଫୋପାଡ଼ି ପରିବେଶକୁ ଦୂଷିତ କରୁଥିବା ଦେଖିବାକୁ ମିଳିଛି । ସେହିପରି ନଦୀକୁଳରେ ବାହାରେ ସୌଚକରିବା ଫଳରେ ନଦୀତଟରେ ଦୁର୍ଗନ୍ଧ ସହ ଅପରିସ୍କାର ପରିବେଶ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର କାଉଡିଆ ଭକ୍ତ ପ୍ଲାଷ୍ଟିକ ତିଆରି ଜିନିଷ ତଥା ପାଣିଢାଳ,ପାଣି ବୋତଲ, କଉଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ସହ ପଲିଥିନରେ ନଡ଼ିଆ ନେଇ ଯାଉଛନ୍ତି । ହେଲେ ମନ୍ଦିରରେ ଡଷ୍ଟବିନ କିମ୍ବା ପରିମଳ ପରିଷ୍କାର ପାଇଁ କିଛି ବ୍ୟବସ୍ଥା ନ ଥିବା ଯୋଗୁଁ ମନ୍ଦିର ପରିସର ଭିତରେ ଚାରିଆଡେ ପ୍ଲାଷ୍ଟିକ ଓ ପଲିଥିନ ପଡି ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସେହିପରି ନଦୀତୁଟରେ ଆବଶ୍ୟକ ପରିମାଣର ସୌଚାଳୟ ନ ଥିବା ଯୋଗୁଁ ହଜାର ହଜାର ପୁରୁଷ ଓ ମହିଳା ଭକ୍ତ ଅସୁବିଧା ସମ୍ମୁଖୀନ ହେଉଥିବା ସହ ପରିବେଶ ପ୍ରଦୂଷଣ ମଧ୍ୟ ହେଉଥିବା ଜଣାପଡିଛି । ମନ୍ଦିର ମୁଖ୍ୟ ପୂଜକ ସଦାଶିବ ମିଶ୍ର ପ୍ଲାଷ୍ଟିକ ଢାଳ ବ୍ୟବହାରକୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି ।

Advertisement