ଅବ୍ୟବସ୍ଥା ଘେରରେ ଜଗଦଳପୁର ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

371
ADVERTISEMENT

କୁକୁଡ଼ାଖଣ୍ଡି,୩୦/୭(ଇ.ରଞ୍ଜନ) : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ସରକାରୀ ବିଦ୍ୟାଳୟରେ ଵହୁ ଦିନ ଧରି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଅସୁବିଧlର ସମୁଖୀନ ହେଉଛନ୍ତି । ଏ ନେଇ ଅଭିଭାଵକ ମହଲରୁ ଅସନ୍ତୋଷ ଦେଖାଯାଇଛି । ଏହାର ମୁଖ୍ୟ କାରଣ ହେଲା ବିଦ୍ୟାଳୟରେ ଥିବା ବିଦ୍ୟୁତ ତାର ସମ୍ପୂର୍ଣ ଭାବେ ବାହାରକୁ ଆସିଛି ଯାହା ଫଳରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ୟାୟନ କରୁଥିବା ବେଳେ ବିଦୁତ୍ ସର୍ଶ ରେ ଆସି ଆଘାତ ହେବାର ଆଶଙ୍କା ରହିଛି ଏଥି ସହ ବିଦ୍ୟାଳୟ ରେ ନର୍ଦମା ପାଣି ବହୁ ଦିନ ଧରି ରହିଥିବା ଅଭିଯୋଗ ହୋଇଛି । ଏଥି ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତି ଚୌଧୁରୀ ସରପଞ୍ଚ ହଡୁବନ୍ଧୁ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ ଦେଉ ନଥିବା କହିଛନ୍ତି । ଏଠlରେ ଦୁଇ ଜଣଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପରେ ଛୋଟ ଛୋଟ ସ୍କୁଲ ପିଲା ମାନେ ଅସୁବିଧାର ସମୁଖୀନ ହେଉଛନ୍ତି ।

Advertisement