ବ୍ରହ୍ମପୁର,୧୨/ ୧୨(ଡି.ଏଚ୍/ଇ.ରଞ୍ଜନ ) : ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ସାଇ କମ୍ପ୍ଲେକ୍ସ ରେ ଏସ ବି ଆଇ ଜେନେରାଲ ଇନ୍ସୁରାନ୍ସ କାର୍ଯ୍ୟାଳୟ ତରଫରୁ ବାର୍ଷିକ ଦରିଦ୍ର ଅସହାୟ ଲୋକଙ୍କୁ ନେଇ ନାରାୟଣ ସେବାରେ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିଥିଲେ l ଏହି ବର୍ଷ ଠାରୁ ନୂତନ ଭାବେ ଆଜି ଦିନ ଠାରୁ ରକ୍ତଦାନ ଶିବିର ପ୍ରତିବର୍ଷ ଅନୁଷ୍ଠିତ ହେବାନେଇ ଶାଖା ସେଲସ ମ୍ୟାନେଜେର ଥିବା ସନ୍ତୋଷ କୁମାର ମହାପାତ୍ର ଏବଂ ହରିଶ କୁମାର ସୋନି ସୂଚନା ଦେଇଛନ୍ତି ଏଥିରେ ପ୍ରାୟ ୫0 ଜଣ ରକ୍ତଦାତା ସ୍ଵଛlକୃତ ଭାବେ ରକ୍ତ ଦେବାରେ ସଫଳ ଅର୍ଜନ କରିଥିବା ଜଣା ପଡିଛି ଏହା ସହ ବ୍ରହ୍ମପୁର ଉପକଣ୍ଟ ବ୍ରଜନଗର ସ୍ଥିତ ଜୋରା ନିବାସରେ ଅସହାୟ ବୃଦ୍ଧା ମାନଙ୍କୁ ଦୈନିକ ବ୍ୟବହାର ସାମଗ୍ରୀ କିଟ ପ୍ରଦାନ କରାଯାଥିଲା l
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସହ କର୍ମଚାରୀ ଅଭିଷେକ ମହାପାତ୍ର, ଶିବାନନ୍ଦ ଚୌଧୁରୀ, ସମୀୟ ସାହୁ, ତପନ ସାହୁ ପ୍ରମୁଖ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲା l

















