ରଥଯାତ୍ରା ସମୟରେ ପୁରୀକୁ ଗଡିବ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍: ରେଳବାଇ

220
ADVERTISEMENT

ଭୁବନେଶ୍ୱର, ୨୩/୬(ନରେନ୍ଦ୍ର ଜେନା): ଗତ ବାତ୍ୟାରେ ପୂର୍ବତଟ ରେଳପଥର ୬୦୦କୋଟି ଟଙ୍କା କ୍ଷତି ଘଟିଛି। ଏଥିମଧ୍ୟରୁ ରେଳ ଷ୍ଟେସନ୍, ବିଦ୍ୟୁତ ଉପକରଣ ଭଳି ଭିତ୍ତିଭୂମି ନଷ୍ଟ ହେବା ଯୋଗୁଁ ୪୦୦କୋଟି ଟଙ୍କାର କ୍ଷତି ଘଟିଛି। ସେହିପରି ବାତ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ବାତିଲ କରାଯାଇଥିବାରୁ ଟିକଟ ଏବଂ ମାଲ ପରିବହନ ବାବଦକୁ ୨୦୦କୋଟି ଟଙ୍କାର କ୍ଷତି ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ‘ଫନି’ରେ ସବୁଠାରୁ ଅଧିକ କ୍ଷତି ହୋଇଥିଲା ପୁରୀ ରେଳ ଷ୍ଟେସନ୍‌ରେ। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ କୁହାଯାଇଛି।

ବିଶେଷ କରି ଜୁଲାଇ ପହିଲା ସୁଦ୍ଧା ପୁରୀ ରେଳ ଷ୍ଟେସନ୍‌ର ସବୁ କ୍ଷେତ୍ରରେ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି। ଚଳିତ ରଥଯାତ୍ରା ସମୟରେ ରେଳବାଇ ପକ୍ଷରୁ ପୁରୀରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ। ଅନ୍ୟପଟେ, ବାତ୍ୟା ପୁନରୁଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି।

Advertisement