ଗାଡ଼କଣ ବର୍ଷା ଭିଲେଜ ଭାଗବତ ଟୁଙ୍ଗିରେ ପଖାଳ ଖାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

1
ADVERTISEMENT

ଭୁବନେଶ୍ୱର,୧୮/୩(ଲିପିକା ରାଣୀ ରାଉତ):- ଗାଡ଼କଣ ବର୍ଷା ଭିଲେଜ ଭାଗବତ ଟୁଙ୍ଗି ରେ ପଖାଳ ଖାଇବା କାର୍ଯ୍ୟକ୍ରମ ସକାଳ ୧୦ଘଟିକା ରେ ଅନୁଷ୍ଠିତ ହୋଇ ଯାଇଛି। ଗ୍ରୀଷ୍ମ ଋତୁରେ ସମସ୍ତେ ପଖାଳ ଖାଇବା କୁ ଆହ୍ୱାନ କରାଯାଉଛି,ଭାଗବତ ଟୁଙ୍ଗି ବର୍ଷା ଭିଲେଜ ଗାଡ଼କଣ ଭାଗବତ ଟୁଙ୍ଗି ଓ ପଖାଳ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଡ଼ ହରିହର କାନୁନଗୋ, ମାତୃ ପ୍ରସାଦ ମିଶ୍ର ,ଡ଼ ନାରାୟଣ ମହାପାତ୍ର, ଅଭିରାମ ପରମ ହଂସ କରମଳା ଆଶ୍ରମ ବାବା, ଅସିତ ବାବା ,ବିଜୟ କୁମାର ଦାଶ ପ୍ରମୁଖ ଯୋଗ ଦେଇ ତାଙ୍କର ଆଶ୍ରିବଚନ ପ୍ରଦାନ କରି ଥିଲେ । ଡ଼ ଭଗବାନ ଦାଶ ଓ ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଇଁ ରବି ନାରାୟଣ ମହାପାତ୍ର ,ଭାରତୀ ଭୂଷଣ ପଟ୍ଟନାୟକ ,ତ୍ରିଲୋଚନ ନାୟକ, ପ୍ରଦୀପ କୁମାର ସାହୁ, ଚୈତନ୍ୟ ନାୟକ, ପ୍ରଶାନ୍ତ ପାତ୍ର ,ଦିଲ୍ଲୀପ ମିଶ୍ର, ବଂଶୀଧର ନାୟକ, କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଜୟ ପଣ୍ଡା, ଅଶୋକ ବଳ, ତନ୍ମୟ ଜେନା ,ଶରତ ମହାପାତ୍ର ,ସଞ୍ଜୟ ମିଶ୍ର ,ମଧୁ ମାଧବ ଜେନା, ବିଜୟ ଭାଇ ପ୍ରମୁଖ ଓ ଭାଗବତ ଟୁଙ୍ଗି ର ସଭାପତି ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଜଗନ୍ନାଥ ସଂସ୍କୃତି କୁ ଭଲ ପାଉଥିବା ଜଗନ୍ନାଥ ପ୍ରେମୀ ମାନେ ଯୋଗ ଦେଇ ଭଜନ ଶୁଣି ଭାଗବତ ଟୁଙ୍ଗି ରେ ପଖାଳ ଭୋଜନ ର ଆନନ୍ଦ ନେଇ ଥିଲେ । ମହାପ୍ରଭୁ ଙ୍କ ସଂସ୍କୃତି ଆମ ସଂସ୍କୃତି ଆମର ଅସ୍ମିତା ଓ ଅନ୍ୟତମ ପରିଚୟ ହେଲା ପଖାଳ, ଆମ ପୂର୍ବ ପୁରୁଷ ମାନେ ଅlମଙ୍କୁ ପଖାଳ ଖାଇବାକୁ ଶିଖାଇଯାଇଛନ୍ତି l ଆଜି ଓଡ଼ିଆଙ୍କ ଅନ୍ୟତମ ପରିଚୟ ” ପଖାଳ” ଆସନ୍ତୁ ଆମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି କୁ ବଂଚେଇ ରଖିବା ଆମ ପଖାଳ ଆମ ପାଇଁ ଅମୃତ ଆମ ଐତିହ୍ୟ ପାଇଁ ଆମେ ଗର୍ବିତ,ଆମେ ସାଧାରଣ ଉପାସ ବ୍ରତ ରେ ସାଗୁ ପଖାଳ ଓ ଚୁଡା ପଖାଳ ଖାଇ ଥାଉ, ଅନ୍ୟ ଦିନ ମାନଙ୍କ ରେ ଅର୍ଣ୍ଣ ପଖାଳ ଖାଇ ଥାଉ, ଓଡ଼ିଆ ଘର ର ଅସଲ ସ୍ୱାଦ ପଖାଳ ,ପଖାଳ ଏହି ଛୋଟିଆ ତିନୋଟି ଅକ୍ଷରରେ ତିଆରି ଶବ୍ଦଟି ଆମ ଓଡ଼ିଆଙ୍କ ଜନଜୀବନ ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇ ରହିଛି। ଖୁସିର କଥା ଏହା କେବଳ ଆଉ କେବଳ ଓଡ଼ିଆଙ୍କ ଜନଜୀବନ ସହିତ ଯୋଡି ହେଇ ରହିଛି ।ଧନୀରୁ ନିର୍ଦ୍ଧନୀ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଖାଇ ପାରିବେ; ପଖାଳ ଖାଇଲେ ମୁଣ୍ଡ ଥଣ୍ଡା, ଆମେ ଓଡ଼ିଆ, ଆମ ମହାପ୍ରଭୁ ଭାରି ବଢିଆ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ନାରାୟଣ ମହାପାତ୍ର ଶ୍ରୀ ଭଗବାନ ଦାଶ ସଭାପତି ଜୟ ଜଗନ୍ନାଥ ପରିବାର ଚାରିଟେବୁଲ ଟ୍ରଷ୍ଟ l

Advertisement