ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ୱାମୀ ।

1
ADVERTISEMENT

ବାଲେଶ୍ୱର,୧୯/୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଶଶୁର ଘରେ ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ୱାମୀ । ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ ଏବଂ ଶଳା ନିଆଁରେ ପୋଡି ଗୁରୁତର ହୋଇଥିବାବେଳେ ଅଭିଯୁକ୍ତ ଜ୍ୱାଇଁକୁ କାବୁ କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଉଭୟ ସ୍ୱାମୀ ୮ବର୍ଷ ପୂର୍ବରୁ ବାଙ୍ଗାଲୋରରେ ପ୍ରେମ ବିବାହ କରିଥିଲେ।

Advertisement