ବ୍ରହ୍ମପୁର,୧୮/୦୨(ଡ଼ି.ଏଚ ବ୍ୟୁରୋ):-ଖଡାସିଙ୍ଗ୍ ରେଳଧାରଣାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣଙ୍କ ଗଜପତି ନଗର ତୃତୀୟ ଲାଇନର ରାଜଲକ୍ଷ୍ମୀ ସାହୁ ହୋଇଥିବାବେଳେ ସେ ଏମକେସିଜି ମେଡ଼ିକାଲରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଏବଂ ରାଜଲକ୍ଷ୍ମୀଙ୍କ ମୃତଦେହ ନିକଟରୁ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ମଧ୍ୟ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।



















