କୁକୁଡାଖଣ୍ଡି,୧୮/୦୨(ଇ ରଞ୍ଜନ):- କୁକୁଡାଖଣ୍ଡି ଚିକିଟି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ଭାହୀ ଅଧିକାରୀ ବି.ଦଣ୍ଡପାଣି ପାତ୍ରଙ୍କ ଆଜି ଚିକିତ୍ସାଧିନ ଅବସ୍ଥା ରେ ମୁର୍ତ୍ୟୁବରଣ ଘଟିଛି l ସେ ପୂର୍ବରୁ ବିଷପାନ କରି ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସାଧିନ ଭାବେ ଥିଲେ l ସୁନାପୁର ବେଳାଭୂମି ମହୋଉତ୍ସବ ରେ ଚିକିଟି ଅତିରିକ୍ତ ତହସିଲଦାର ପିଇଓ ଙ୍କ ନାମ ରେ ଅଶାଳୀନ ଅଭିଯୋଗ କୁ ସହ୍ୟ ନକରି ଚିକିଟି ବ୍ଲକ ରାମଚନ୍ଦ୍ରପୁର ପିଇଓ ବି.ଦଣ୍ଡପାଣି ପାତ୍ର ଗତ ୪ ତାରିଖ ରେ ବିଷପାନ କରି ବଡ଼ ମେଡିକାଲ ରେ ଚିକିତ୍ସାଧିନ ଭାବେ ଆଇସିଇଉ ରେ ରହିଥିଲେ l ଆଜି ଅପରାହ୍ନ ସାଢେ ୩ ଟା ରେ ତାଙ୍କର ଚିକିତ୍ସାଧିନ ଅବସ୍ଥା ରେ ମୁର୍ତ୍ୟୁବରଣ ଘଟିଥିଲା l ମେଡିକାଲ ରେ ଶବ ବ୍ୟବଛେଦ କରି ତାଙ୍କ ଜଗଦଳପୁର ବାସ ଭବନ କୁ ଅଣାଯାଇଥିଲା l ପରେ ସ୍ମଶାନ ରେ ଶରୀର ଦାହ କରାଯାଇଥିଲା l ତାଙ୍କ ଶେଷ ଦର୍ଶନ କରିବା କୁ ବିଭିନ୍ନ ଅଞ୍ଚଳ ରୁ ବିଭାଗର ବହୁ ପିଇଓ ମାନେ ଶେଷ ଦର୍ଶନ କରିଥିଲେ l ପୂର୍ବରୁ ଏନେଇ ସ୍ବର୍ଗତ ପିଇଓ ଶ୍ରୀପାତ୍ରଙ୍କ ପତ୍ନୀ ବି କାମିନୀ ପାତ୍ର ଚିକିଟି ଅତିରିକ୍ତ ତହସିଲଦାର ଶ୍ୱାସତୀ ଷଡ଼ଙ୍ଗୀ ଙ୍କ ନାମ ରେ ସ୍ୱାମୀଙ୍କୁ ଏଟିଓ ମହାଶୟା ବିଭିନ୍ନ ସମୟରେ ଓକଥନୀୟ ନିର୍ଯାତନା ଦେଇ ଆସିଥିବା ବେଳେ ସୁନାପୁର ବେଳା ଭୂମି ଉତ୍ସବ ରେ ନିନ୍ଦିତ ସହ ବର୍ବାଦ କରିଦେବା କୁ ଅଶ୍ୱିଳ ଇଂଗିତ କରି ଥାନା ର ଦ୍ୱାରସ୍ତ ହୋଇଥିଲେ ପରେ , ପିଇଓ ଶ୍ରୀ ପାତ୍ର ଅସହ୍ୟ ହୋଇ ବିଷ ପିଇଥିଲେ l ଏହାକୁ ନେଇ ପତ୍ନୀ ଗଳନ୍ଥରା ଥାନା ଗତ ୮ତାରିଖ ରେ ଏତଲା ଦେଇଥିଲେ l ଏତଲା କ୍ରମେ ଥାନା ପକ୍ଷ ରୁ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି l ସ୍ବର୍ଗତ ଦଣ୍ଡପାଣି ପାତ୍ର ଙ୍କ ବିୟୋଗ ଶୁଣି ଗ୍ରାମର ଶତାଧିକ ଲୋକ ଏବଂ ଜନପ୍ରତିନିଧି ଦୁଃଖ ପ୍ରକାଶ କରିଛନ୍ତି l ତାଙ୍କ ବିୟୋଗ ବେଳେ ତାଙ୍କ ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ଦିନ ରେ ତଳିଆ କର୍ମଚାରି ଙ୍କ ଉପରେ ଉପରିସ୍ଥ ଅଧିକାରୀ ମାନେ ଝୁଲମ କରି ନିର୍ଯାତନା ରୁ କିପରି ବଞ୍ଚିତ ହେବେ ତାହାକୁ ନେଇ ଏକତ୍ରିତ ହେବା କୁ ସାଧାରଣରେ ଆଲୋଚନା ହୋଇଛି l



















