କୁକୁଡାଖଣ୍ଡି,୧୮/୦୨(ଡ଼ି.ଏଚ ବ୍ୟୁରୋ):-କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ଅଧୀନସ୍ତ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ନୀଳକଣ୍ଠ ଗୌଡ଼ ଙ୍କ ଅଧକ୍ଷତା ରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ ଶିକ୍ଷାର ବିକାଶ ସହ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇ ଭବିଷ୍ୟତ ଗଡ଼ିବା ରେ ସହାୟକ ହୁଅନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି l ବିଦ୍ୟାଳୟ ପରିସର ଶାନ୍ତି ପରିବେଶ ଛାତ୍ରଛାତ୍ରୀଙ୍କ ସୌଖିକ ଶିକ୍ଷା ପ୍ରଧାନ ରେ ସହାୟକ ହେବ ବୋଲି ମୁଖ୍ୟବକ୍ତା ଅବସରପ୍ରାପ୍ତ ବ୍ୟାଙ୍କ ପ୍ରବନ୍ଧକ ଲିଙ୍ଗରାଜ ମିଶ୍ର ବକ୍ତବ୍ୟରେ ପ୍ରକାଶ କରିଛନ୍ତି l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା ହିଁ ଶିକ୍ଷା ପିଲାଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ସହ ଆଗାମୀ ଭବିଷ୍ୟତ ଗଠନ ରେ ଜଡିତ ହେବ ବୋଲି ସଂମ୍ମାନିତ ଅତିଥି ସରପଞ୍ଚ ବି. ମାଗତା ପାତ୍ର ପ୍ରକାଶ କରିଛନ୍ତି l

ଏଥିରେ ସମିତିସଭ୍ୟା କେ.ରାଜଲକ୍ଷ୍ମୀ ଦାସ,ଗଛ ର ପ୍ରକୃତି ବନ୍ଧୁ ବନମାଳୀ ପ୍ରଧାନ,ବିଆରସି ବସନ୍ତ ସେଠି,ସିଆରସି ଚିତ୍ରସେନ ଦାସ,ସହକାରୀ ଶିକ୍ଷୟତ୍ରୀ ସଂଯୁକ୍ତା ରାଉତ, ବିଦ୍ୟାଳୟ ଅଧକ୍ଷ ସୁଶାନ୍ତ କୁମାର ପଣ୍ଡା,ଗୁରୁଣ୍ଠି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଭାନୁ ନାୟକ,ରାଜ କିଶୋର ମିଶ୍ର,ମହୁଲପଲ୍ଲୀପ୍ରଧାନ ଶିକ୍ଷକ ବି ରୋଜତ,ନୁଆଁ ଯୋଗିଆପଲ୍ଲୀ ପ୍ରଧାନ ଶିକ୍ଷକ ଶୁଚିସ୍ମିତା ମଙ୍ଗରାଜ,ସମେତ ବହୁ ନିକଟସ୍ଥ ଶିକ୍ଷକ ଶିକ୍ଷୟତ୍ରୀ ଅଭିଵାବକ,ଙ୍କ ଉପସ୍ଥିତ ରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା, ନୁର୍ତ୍ୟ, ମେଧାବୀ ପରୀକ୍ଷା ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତ୍ତରଣ କରାଯାଇଛି l



















