ନୂଆଦିଲ୍ଲୀ,୧୯/୧୨(ଡି.ଏଚ୍.ବ୍ୟୁରୋ):- ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ କାର୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବୁଧବାର ବିଳମ୍ବିତ ରାତିରେ ସମସ୍ତ କାର ଯୋଗେ ଶାହାଜାହାନପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ସେପଟେ ଖବର ପାଇ ପୁଲିସ୍ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଅଧିକ ଛାନଭିନ୍ ଜାରି ରଖିଛି।