କେନ୍ଦୁଝର,୧୪/୨(ଡିଏଚ) : ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ପିତୃମାତୃ”ପୂଜନ ଉତ୍ସବ ପାଳିତ କରାଯାଇଥିଲା। ପ୍ରାର୍ଥନା ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁ ଧର ମହାନ୍ତ ଓ ସମ୍ପାଦକ ଶ୍ରୀଯୁକ୍ତ ଜଗବନ୍ଧୁ କର ଉପସ୍ଥିତ ରହି ପୁଲୱାମାରେ ନିହିତ ଶହୀଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରି ପ୍ରଥମେ ନିରବ ପ୍ରାର୍ଥନା କରାଯାଇଥିଲା। ତାପରେ ଗୁରୁମା ଶ୍ରୀମତି ରଶ୍ମିତା ରାଣୀ ଦାଶ ଆଜି ଦିବସର ମହତ୍ତ୍ଵ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୋଟ ୩୫୧ ଜଣ ବାପା ମାଆ ଉପସ୍ଥିତ ଥିଲେ ଶିଶୁମାନେ ଚନ୍ଦନ ,ସିନ୍ଦୂର, ଫୁଲମାଲ, ପିନ୍ଧାଇ ଓ ଦୀପ ଜଳାଇ, ମିଷ୍ଟାନ ଖୁଆଇ ବାପା,ମାଆ ମାନେ ଶିଶୁମାନଙ୍କୁ କୋଳରେ ବସେଇ ଆଶ୍ରିବାଦ ପ୍ରଦାନ କରିଥିଲେ। ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁମା ନନ୍ଦିନୀ ମହାନ୍ତି, ପୁଷ୍ପଶ୍ରୀ ପତି, ରଶ୍ମିରେଖା ନାୟକ,ବୀଣାପାଣି ମହାନ୍ତି, ମଧୁସ୍ମିତା ଭୋଇ ଓ ଗୁରୁଜି ଶ୍ରୀଯୁକ୍ତ ଗୋବର୍ଦ୍ଧନ ଗିରି,ବୈକୁଣ୍ଠ ମହାନ୍ତ,ଗଣେଶ ମହାନ୍ତ,ନଳିନୀ ମହାନ୍ତ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ।