ଜିଲ୍ଲା ମାପ ଓ ଓଜନ ବିଭାଗର ଚଢ଼ାଉ

262
ADVERTISEMENT

କୁକୁଡାଖଣ୍ଡି, ୨୧/୬(ଇ.ରଞ୍ଜନ): ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦିଗନ୍ତ ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ବୈଧ ମାପ ବିଜ୍ଞାନ ବିଭାଗ ତରଫରୁ ଆଜି ବିଭିନ୍ନ ଜିନିଷ ପ୍ରସ୍ତୁତକର୍ତ୍ତା ଏବଂ ପ୍ୟାକିଂ ପ୍ରତିଷ୍ଠାନଗୁଡିକୁ ଯାଞ୍ଚ କରାଯାଇଛି | ଚଢ଼ାଉ ସମୟରେ ପ୍ରତିଷ୍ଠାନଗୁଡିକର ଲାଇସେନ୍ସ ନଥିବାବେଳେ ପ୍ରସ୍ତୁତ ଜିନିଷର ପ୍ୟାକେଟ ଉପରେ ବିଭିନ୍ନ ପ୍ରକାର ଘୋଷଣା ନଥିବା ଦେଖିବାକୁ ମିଳିଥିଲା | ଯେପରିକି ଇମେଲ ଠିକଣା, ଟେଲିଫୋନ ନମ୍ବର ଇତ୍ୟାଦି |

ଚଢ଼ାଉରେ କୁକୁଡାଖଣ୍ଡି ତହସିଲଦାର ସୁବାସ ଚନ୍ଦ୍ର ରଇତ, ବୈଧ ମାପ ବିଜ୍ଞାନ ବିଭାଗର ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାଶ, ନିରିକ୍ଷୀକା ସାଗରୀକା ସାବତ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ | ଏହି ଅବସରରେ ତିନିଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କଠୁ ମୋଟ ୯୦ ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି | ତେବେ ଆଗାମୀ ଦିନରେ ଏହିପରି ଚଢ଼ାଉ ବ୍ରହ୍ମପୁର ଉପଖଣ୍ଡରେ ଚାଲୁରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି |

Advertisement