ହିଞ୍ଜିଳିକାଟୁ, ୧୯/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ବୁଧବାର ଦିନ ସ୍ଥାନୀୟ ପଞ୍ଚାୟତ ସମିତିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ.ରଘୁନାଥ, ଉପାଧ୍ୟକ୍ଷ ଗୀତାଞ୍ଜଳି ପଣ୍ଡା, ତହସିଲଦାର ଗୋପିନାଥ କୁଅଁର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ଏବିଡ଼ିଓ ଧରଣୀଧର ଭୂୟାଁ ପ୍ରମୁଖ ମଞ୍ଚାସୀନ ଥିଲେ ।
ବ୍ଳକରେ ଥିବା ବହୁ ଗ୍ରାମ ପଞ୍ଚାୟତର କ୍ଷେତ୍ର ପରିଦର୍ଶନ କରାଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ଉନ୍ନୟନମୂଳକ କାର୍ଯ୍ୟ କିପରି କରାଯାଇପାରିବ ସେ ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ ରହିଥିବା ନାରା ‘ଶିଶୁ ଟିଏ – ବୃକ୍ଷ ଟିଏ’ ସ୍ଳୋଗାନକୁ କାର୍ଯ୍ୟକାରୀ କରିବାପାଇଁ ଯେପରି ପ୍ରତ୍ୟେକ ଶିଶୁ ନିଜ ନିଜ ଘରର ବାରିପଟେ ଏକ ଗଛ ଲଗାଇବା ସହ ତାର ଉପଯୁକ୍ତ ଯତ୍ନ ନେବେ, ସେ ନେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ସମେତ ଉପସ୍ଥିତ ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ସଭ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଅଧିକାରୀ ସିମାଞ୍ଚଳ ପ୍ରଧାନ ପୂର୍ବ ବୈଠକରେ ନିର୍ଦ୍ଧାରିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ୱାର୍ଡ ସଭ୍ୟ, ସଭ୍ୟା ସମେତ ସହକାରୀ କୃଷି ଅଧିକରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲଡ଼ୁକିଶୋର ପଣ୍ଡା, ପ୍ରଶରୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଡ଼ାକ୍ତର ମାଧବ କୁମାର ସାହୁ, ସବ-ରେଜିଷ୍ଟାର କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଲଡ଼ୁକିଶୋର ପାତ୍ର, ରାଜସ୍ୱ ନିରୀକ୍ଷକ ସୁପରଭାଇଜର ଏସ.ପୁରୁଷୋତ୍ତମ ରେଡ୍ଡି, ସିମାଞ୍ଚଳ ସ୍ୱାଇଁ, ତାରା ପ୍ରସାଦ ମିଶ୍ର, ଫରେଷ୍ଟର ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।