କଟକ,୨୪।୦୩(ଡ଼ି.ଏଚ ବ୍ୟୁରୋ):-କଟକ ଲିଙ୍କରୋଡ ସ୍ଥିତ LIC ଅଫିସରେ ଲାଗିଲା ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ବିଲ୍ଡିଂ ଟି ଜଳିଯାଉଥିବାବେଳେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଘଟଣାସ୍ଥଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବାହାର କରିବାକୁ ଚେଷ୍ଟା କରାଯାଉଛି ।


















