ଭୁବନେଶ୍ୱର,୧୬/୧୨(ଡି.ଏଚ୍.ବ୍ୟୁରୋ):-ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ବର୍ତ୍ତମାନ ପାଇଁ ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ଏବଂ ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ଆଶା କରାଯାଉଛି ।