ଭୁବନେଶ୍ବର,୧୨/୧୨(ଡି.ଏଚ୍.ବ୍ୟୁରୋ):-ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ୩୯ତମ ଜାତୀୟ କନିଷ୍ଠ ଦୌଡ଼କୁଦରେ ହରିୟାଣା ବିଜେତା ହୋଇଥିବା ବେଳେ ତାମିଲନାଡୁ ଉପବିଜେତା ହୋଇଛି। ଓଡ଼ିଶା ୬ ସ୍ବର୍ଣ୍ଣ ସହ ୧୧ ପଦକ ଜିତିଛି। ଶେଷ ଦିନରେ ଓଡ଼ିଶାର ଓମ୍କାର ପସାଦ ନନ୍ଦ, ଦଣ୍ଡପତି ମୃତ୍ୟୁମ ଜୟରାମ ଓ ଲକ୍ଷ୍ମୀପ୍ରିୟା କିଷାନ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।