ଭୁବନେଶ୍ୱର,o୩/୮(ଡି.ଏଚ୍ ବ୍ୟୁରୋ):-ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ମହାନଦୀରେ ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ | ଫଳରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଭଦ୍ରକ, ଯାଜପୁର, ସମ୍ବଲପୁର, କେଉଁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡା ଆଦି ଜିଲ୍ଲାରେ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୨୩ଟି ଅତିରିକ୍ତ ଦମକଳ ବାହିନୀ ମୁତୟନ କରାଯାଇଛି | ସେହିପରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜି ଥିବାବେଳେ ପ୍ରମୁଖ ନଦୀ ସହ ଶାଖା ନଦୀମାନଙ୍କରେ ମଧ୍ୟ ପାଣି ବଢ଼ିବାରେ ଲାଗିଛି |