ଦୁଇ ପଞ୍ଚାୟତରେ ବିଜେଡିର ରାସନ ଯୋଗାଣ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ।

39
ADVERTISEMENT

କୁକୁଡ଼ାଖଣ୍ଡି,୧୬/୦୨(ଇ ରଞ୍ଜନ):-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଗତ ଡିସେମ୍ବର ମାସରୁ ବନ୍ଦ ହୋଇଯାଇଛି ।ଏହାକୁ ଘୋର ବିରୋଧ କରିଛି ରାଜ୍ୟ ବିଜେଡି ।ଏହାର ପ୍ରତିବାଦରେ ବୁଧବାର ଦିନ କୁକୁଡ଼ଖଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ଓ ସିହଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ରହି ହାତରେ ପ୍ଲା-କାର୍ଡ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ବିଜେଡି ବ୍ଲକ ସଭାପତି ସୀତାରାମ ସାହୁଙ୍କ ନେତୃତ୍ୱରେ ସରପଞ୍ଚ ଲକ୍ଷ୍ମୀ ମହାଙ୍କୁଡ, ନାଏବ ସରପଞ୍ଚ ଓ ବହୁ ଜନସାଧାରଣ ଉପସ୍ଥିତ ଥିବା ବେଳେ ଶିହଲାରେ ସମିତିସଭ୍ୟା ବିଷ୍ଣୁ ପ୍ରିୟା ପାତ୍ରଙ୍କ ନେତୃତ୍ୱରେ ବିଧାୟକ ପ୍ରତିନିଧି ଉଦୟ ବେହେରା, ପୂର୍ବତନ ଜିଲ୍ଲାପରିଷଦ କୈଳାଶ ବିଷୋୟୀ,ସମେତ ଅନ୍ୟ କର୍ମୀବୃନ୍ଦ ଉପସ୍ଥିତ ଥିଲେ ।

Advertisement