ଭୁବନେଶ୍ୱର,୨୧/୧(ଡି.ଏଚ ବ୍ୟୁରୋ):-ଚଳିତ ବର୍ଷ ପବିତ୍ର ମାଘ ସପ୍ତମୀ ବୁଡ଼ ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଫଳରେ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇବାର ସୁଯୋଗ ପାଇବେ। ତେଣୁ ପ୍ରାୟ ୫ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।