ଭୁବନେଶ୍ୱର,୦୯/୧(ଡି.ଏଚ୍ ବ୍ୟୁରୋ):-ହାଡ଼ଭଙ୍ଗା ଶୀତରେ ଥରୁଛି ସମଗ୍ର ଓଡ଼ିଶା। ଏବଂ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରିକୁ ଖସିଥିବାବେଳେ କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ଅନ୍ୟପଟେ ରାଜ୍ୟକୁ କ୍ରମାଗତ ଭାବେ ବହୁଥିବା ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରଭାବରେ ଦିନ ତମାମ ଶୀତୁଆ ଅନୁଭୂତ ହେଉଛି।