ଭାରତର ୧୧ ରୁ ୩ଟି ଆକାଶ ମାର୍ଗକୁ ବନ୍ଦ କଲା ପାକିସ୍ତାନ, ଏୟାର ଇଣ୍ଡିଆ କହିଲା , କିଛି ପ୍ରଭାବ ପଡ଼ିବ ନାହିଁ

335
ADVERTISEMENT

ନୂଆଦିଲ୍ଲୀ,୦୮/୦୮(ଏଜେନସି ) : ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ଘଟଣାକୁ ନେଇ ପାକିସ୍ତାନ ଖୁବ୍‌ ବିଚଳିତ ହୋଇପଡ଼ିଛି । ଏବେ ପାକିସ୍ତାନ ଭାରତ ପାଇଁ ପାକିସ୍ତାନ ନିଜର ୧୧ଟି ଆକାଶ ମାର୍ଗ ମଧ୍ୟରୁ ତିନିଟିକୁ ବନ୍ଦ କରି ଦେଇଥିବା ଜଣାଯାଇଛି । ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବା ଉପରେ ଏୟାର ଇଣ୍ଡିଆ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ଯେ ଏହାଦ୍ୱାରା ଭାରତ ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ (ବିସିଏଏସ୍‌) ସମସ୍ତ ବିମାନରେ ସୁରକ୍ଷା ବ୍ୟବସ୍ଥା ଓ ବିମାନ ବନ୍ଦରଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଗତକାଲି ପାକିସ୍ତାନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଅଗଷ୍ଟ ୧୪କୁ ନିଜର ସ୍ୱାଧୀନତା ଦିବସରେ କାଶ୍ମୀରୀମାନଙ୍କୁ ଏକତା ଦେଖାଇବା ଓ ଅଗଷ୍ଟ ୧୫କୁ କଳା ଦିବସ ରୂପେ ପାଳନ କରବାକୁ ପାକିସ୍ତାନ ଆହ୍ଵାନ ଦେଇଛି।

Advertisement