କଟକ ନର୍ସିଙ୍ଗ ହୋମରେ ଫସିରହିଛି କେନ୍ଦୁଝର ଆଦିବାସୀଙ୍କ ମୃତଦେହ

324
ADVERTISEMENT

କଟକ ,୩୦/୭ ଏଜେନସି : କଟକ ଜଗତପୁରର ଏକ ନର୍ସିଙ୍ଗ ହୋମରେ ଜଣେ ଆଦିବାସୀ ମହିଳାଙ୍କ ମୃତଦେହ ଫସିରହିଛି । ମେଡିକାଲ ଦେୟ ବାବଦକୁ ବଳକା ଅର୍ଥ ନ ଦେଲେ ମୃତଦେହକୁ ଛଡ଼ାଯିବନାହିଁ ବୋଲି ନର୍ସିଂହୋମ କର୍ତୃପକ୍ଷ ରୋକଠୋକ ଶୁଣାଇଦେଇଛନ୍ତି । ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡାର ଉଲେଇକୁଣ୍ଡିର ଜଣେ ମହିଳାଙ୍କୁ ସାପଟିଏ କାମୁଡ଼ିଦେଇଥିଲା । ଏହି ମହିଳାଙ୍କ ନାମ ହେଉଛି ସିନି ହେମ୍ବ୍ରମ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ କଟକ ଜଗତପୁରର ୟୁନିକ ନର୍ସିଙ୍ଗ ହୋମରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଚିକିତ୍ସା ବାବଦକୁ ୩୫ ହଜାର ଟଙ୍କା ବିଲ ହୋଇଥିଲା । ସିନିଙ୍କ ପରିବାର ପାଖରେ ସମୁଦାୟ ୫ ହଜାର ଟଙ୍କା ଥିବାରୁ ଏବେ ମୃତଦେହକୁ ଛାଡ଼ୁନାହାନ୍ତି ନର୍ସିଙ୍ଗ ହୋମ କର୍ତୃପକ୍ଷ । ବାକି ଟଙ୍କା ନ ଦେଲେ ମୃତଦେହ ଛଡ଼ାଯିବ ନାହିଁ ବୋଲି ନର୍ସିଙ୍ଗ ହୋମ କର୍ମଚାରୀ କହୁଥିବାର ସିନିଙ୍କ ପରିବାର ଲୋକ କହିଛନ୍ତି ।

Advertisement