ବଲାଙ୍ଗୀର, ୨୦। ୬(ସୁନୀଲ ତ୍ରିପାଠୀ ): ସମ୍ବଲପୁର ରେଳ ମଣ୍ଡଳର ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା ରେଳ ଷ୍ଟେସନ ଗୁଡିକୁଆଇ.ଏସ୍.ଓ ସାର୍ଟିଫିକେସନ ମିଳିଛି । ଷ୍ଟେସନ ପରିସରରେ ସବୁଜ ଓ ସ୍ୱଚ୍ଛତା ପରିବେଶ, ଯାତ୍ରୀ ସୁବିଧା ତଥା ଏହା ସମ୍ବଧିତ ସେବା ପ୍ରଦାନ ନିମନ୍ତେ ପର୍ଯ୍ୟାବରଣ ପ୍ରବନ୍ଧନପ୍ରଣାଳୀ ପାଇଁ ଆଇ.ଏସ୍.ଓ ୧୪୦୦୧: ୨୦୧୫ ପ୍ରମାଣ ପତ୍ର ପ୍ରାପ୍ତ ହୋଇଛି । ଏହି ସାର୍ଟିଫିକେସନ ସମ୍ପୃକ୍ତ ଷ୍ଟେସନ ମାନଙ୍କର ଗୁଣବତ୍ତା ର ଉନ୍ନତି ଆଣିବା ସହ ପର୍ଯ୍ୟାବରଣ ପ୍ରଣାଳୀ ରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।
