ବ୍ୟବସାୟରୁ ଭଲ ଆୟ ବା ଚାକିରିରୁ ଭଲ ଦରମା ମିଳିବା ସତ୍ତ୍ୱେ ଆପଣଙ୍କ ଅଣ୍ଟିରେ ଧନ ରହୁ ନାହିଁ କି? ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି କି? ତା’ହେଲେ ଗଣେଶଙ୍କୁ ପୂଜା କଲେ ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ।
ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ଗଣେଶଙ୍କୁ ପୂଜା କରନ୍ତୁ। ତେବେ ଏଥିପାଇଁ ଟିକେ ଭିନ୍ନ ଢଙ୍ଗରେ ପୂଜା କରିବାକୁ ପଡ଼ିବ। କିଛି ନୀତି,ନିୟମ ମାନିବାକୁ ପଡ଼ିବ।
1) ଭଗବାନ ଗଣେଶ ସିନ୍ଦୁର ପ୍ରିୟ। ଗଣେଶଙ୍କୁ ପୂଜା କରିବା ସମୟରେ ଏହି ଖାସ୍ ମନ୍ତ୍ର ନିଶ୍ଚିତ ଉଚ୍ଚରଣ କରନ୍ତୁ। ମନ୍ତ୍ରଟି ହେଉଛି, ‘सिन्दूरं शोभनं रक्तं सौभाग्यं सुखवर्धनम्। शुभदं कामदं चैव सिन्दूरं प्रतिगृह्यताम्॥ ओम गं गणपतये नमः’ । ଧ୍ୟାନ ରଖନ୍ତୁ, ଏହି ମନ୍ତ୍ର ପଢ଼ିଲା ବେଳେ ଆପଣ ଗଣେଶଙ୍କ ମୁଣ୍ଡରେ ସିନ୍ଦୁର ଲଗାଇବେ। ମନ୍ତ୍ର ପଢ଼ା ସରିଲା ପରେ ସେଇ ସିନ୍ଦୁରକୁ ନିଜ କପାଳରେ ମଧ୍ୟ ଲଗାନ୍ତୁ। ଆପଣଙ୍କ ସମସ୍ୟା ଟଳି ଯିବ।
2) ଗଣେଶଙ୍କୁ କିଛି ଶମୀ ପତ୍ର ଚଢ଼ାନ୍ତୁ। ଏହା ସହିତ ଦୁବ ଘାସ, ଖସା ଲଡ଼ୁ, ଘିଅ ଓ ଗୁଡ଼ ମଧ୍ୟ ଅର୍ପଣ କରନ୍ତୁ। ମନେ ରଖନ୍ତୁ ଦୁବଘାସ ଗଣେଶଙ୍କ ଚରଣରେ ନ ରଖି ମସ୍ତକରେ ରଖାଗଲେ ଭଲ। ଏମିତି କଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ।
3) ଯଦି ଆପଣ ଗଣେଶଙ୍କ ନିକଟରେ ନିଜ ସୁଖ ପାଇଁ କାମନା କରୁଛନ୍ତି, ତା’ହେଲେ ‘इदं अक्षतम् ऊं गं गणपतये नमः’ ମନ୍ତ୍ର ଜପ କରି ଅରୁଆ ଚାଉଳ ଅର୍ପଣ କରନ୍ତୁ।
4) ଯଦି ଆପଣ ଚାକିରିରେ ପଦୋନ୍ନତି ଚାହୁଁଛନ୍ତି, ତେବେ श्री गणाधिपतयै नमः ମନ୍ତ୍ର ଜପ କରନ୍ତୁ। ଦେଖିବେ ଖୁବ୍ଶୀଘ୍ର ଆପଣଙ୍କର ପଦୋନ୍ନତି ହେବାର ଯୋଗ ଫିଟିବ।