କୋଭିଡ-19 ସମ୍ପର୍କରେ ଦୈନିକ ପିଆଇବି ବୁଲେଟିନ

151
ADVERTISEMENT
  • ଏକତାବ୍ୟକ୍ତକରିବାଲାଗିଏପ୍ରିଲ ୫ ତାରିଖରାତି ୯ଟାସମୟରେ ୯ମିନିଟପାଇଁକ୍ୟାଣ୍ଡେଲ, ଦୀପଜଳାଇବାଲାଗିଜନସାଧାରଣଙ୍କୁପ୍ରଧାନମନ୍ତ୍ରୀଙ୍କନିବେଦନ
  • ଏପ୍ରିଲ, ୨୦୨୦ ପାଇଁପ୍ରଧାନମନ୍ତ୍ରୀଜନଧନଯୋଜନାରମହିଳାଆକାଉଣ୍ଟଧାରୀଙ୍କଖାତାକୁସିଧାସଳଖଅର୍ଥରାଶିହସ୍ତାନ୍ତର
  • ବର୍ତ୍ତମାନସୁଦ୍ଧା ୨୩୦୧ ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣଙ୍କର ମୃତ୍ୟୁ ଘଟିଛି।ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିବେଦନ
  • କୋଭିଡ-୧୯ ମୁକାବିଲା ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହିତ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ-୧୯ସଂକ୍ରାନ୍ତରେ ସଦ୍ୟତମ ସୂଚନା

ବର୍ତ୍ତମାନ ସୁଦ୍ଧା ମୋଟ ୨୩୦୧ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣ ପ୍ରାଣ ହରାଇଛନ୍ତି। ୧୫୬ ଜଣ ଆରୋଗ୍ୟ ଲାଭ କରିବା ପରେ ଡାକ୍ତରଖାନାରୁ ଛାଡ଼ ପାଇଛନ୍ତି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ୟ୍ୟରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କୁ ନିବେଦନ କରିଥିଲେ। ଦେଶର ଅଗ୍ରଣୀ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ। କୋଭିଡ-୧୯ ମୁକାବିଲା ପାଇଁ ମାନବ ସମ୍ବଳ ପରିଚାଳନା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି।

ଦେଶବାସୀଙ୍କୁପ୍ରଧାନମନ୍ତ୍ରୀଙ୍କସମ୍ବୋଧନ

ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କୋଭିଡ-୧୯ ଭୂତାଣୁ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଲକଡାଉନ ମଧ୍ୟରେ କେହି ଏକାକୀ ଅନୁଭବ କରିବା ଅନୁଚିତ। ସେ ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରି କହିଥିଲେ ଯେ କରୋନା ଭୂତାଣୁ ବିରୋଧୀ ଲକଡାଉନ ସମୟରେ ଏପ୍ରିଲ ୫, ରବିବାର ଦିନ ନିଜ ଘର ଲାଇଟ ବନ୍ଦ କରି କିଛି ସମୟ ପାଇଁ କ୍ୟାଣ୍ଡେଲ, ଲ୍ୟାମ୍ପ, ମୋବାଇଲ ଫ୍ଲାଶ ଲାଇଟ ଜଳାଇ ଏକତା ବ୍ୟକ୍ତ କରିବା ଆବଶ୍ୟକ।

କ୍ରୀଡ଼ାବିତଙ୍କସହିତଆଲୋଚନାକଲେପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କହିଥିଲେ ଯେ ସେମାନେ ଜନସାଧାରଣଙ୍କୁ ଦେଉଥିବା ବାର୍ତ୍ତାରେ ୫ଟି ପରାମର୍ଶ ଦିଅନ୍ତୁ : ମହାମାରୀ ବିରୋଧରେ ଲଢ଼େଇ ପାଇଁ ‘ସଂକଳ୍ପ’, ସାମାଜିକ ଦୂରତା ପାଳନ ପାଇଁ ‘ସଂଯମ’, ‘ସକାରତ୍ମକତା’ ବଜାୟ ରଖିବା, ଡାକ୍ତରୀ ପେସାଦାର, ପୋଲିସଙ୍କ ସମେତ ଆଗଧାଡ଼ିରେ ରହି କରୋନା ବିରୋଧରେ ଲଢ଼େଇ କରୁଥିବା କର୍ମକର୍ତ୍ତାଙ୍କୁ ‘ସମ୍ମାନ’, ଏବଂ ପିଏମ କେୟାର୍ସ ପାଣ୍ଠିରେ ସହଯୋଗ ।

ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସହିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ଆଲୋଚନା

କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଦେଶବାସୀ ସାହସ, ଶୃଙ୍ଖଳା ଏବଂ ଏକତାର ଉଦାହରଣ ପ୍ରତିଷ୍ଠା କରିଛନ୍ତି ବୋଲି ମତବ୍ୟକ୍ତ କରି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଦୁଇଟି ଘଟଣା ଉପରେ ଚିନ୍ତା ପ୍ରକଟ କରିଥିଲେ। ଆନନ୍ଦ ବିହାରରେ ପ୍ରବାସୀ ଶ୍ରମିକ ଏକଜୁଟ ହେବା ଏବଂ ନିଜାମୁଦ୍ଦିନରେ ତବ୍ଲିଘ ଜମାତ ସମାବେଶ ଆୟୋଜନ କରାଯିବା ଫଳରେ ମୁକାବିଲା ପ୍ରୟାସ ପ୍ରତି ଏକ ଝଟକା ଲାଗିଛି l

ଧାର୍ମିକ ସମାବେଶ ଆୟୋଜନ ନକରିବା ଲାଗି ଧର୍ମଗୁରୁମାନଙ୍କୁ ନିବେଦନ କରିବା ନିମନ୍ତେ କହିବାକୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ପରାମର୍ଶ ଦେଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହିତ କଥା ହୋଇ ସେମାନଙ୍କ ରାଜ୍ୟର ଆଧ୍ୟାତ୍ମିକ ଏବଂ ଧାର୍ମିକ ନେତାମାନଙ୍କ ସହିତ ଯୋଗାଯୋଗ କରି କୋଭିଡ-୧୯ ମୁକାବିଲା ଲାଗି କୌଣସି ପ୍ରକାରର ଧାର୍ମିକ କାର୍ୟ୍ୟକ୍ରମ ଓ ସମାବେଶ ଆୟୋଜନ ନକରିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ସେମାନଙ୍କୁ ପ୍ରେରିତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ସେ ମଧ୍ୟ ସୂଚାରୁ ରୂପେ କୃଷି କାର୍ୟ୍ୟ ସମ୍ପାଦନ କରିବା, କୃଷିଜାତ ଉତ୍ପାଦର ସଂରକ୍ଷଣ ଏବଂ କ୍ରୟ ସୁନିଶ୍ଚିତ କରିବା ଲାଗି ସମସ୍ତ ପ୍ରକାରର ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିବା ଲାଗି ପରାମର୍ଶ ଦେଇଥିଲେ।

ମହିଳା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଧାରୀଙ୍କୁ ସିଧାସଳଖ ନଗଦ ହସ୍ତାନ୍ତର

୨ ଏପ୍ରିଲ, ୨୦୨୦ରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ଏପ୍ରିଲ ୨୦୨୦ ପାଇଁ ମହିଳା ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟଧାରୀମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ଜାରି କରିଛନ୍ତି। ହିତାଧିକାରୀମାନେ ସାମାଜିକ ଦୂରତା ରକ୍ଷା କରିବା ଏବଂ ବ୍ୟବସ୍ଥିତ ଢଙ୍ଗରେ ଟଙ୍କା ଉଠାଇବା ଲାଗି, ବ୍ୟାଙ୍କ ଶାଖାରେ ହିତାଧିକାରୀଙ୍କ ଭିଡ଼ ନିୟନ୍ତ୍ରିତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ତବ୍ଲିଗ ଜମାତ କାର୍ୟ୍ୟକଳାପରେ ସମ୍ପୃକ୍ତି କାରଣରୁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପର୍ୟ୍ୟଟକ ଭିସାରେ ଆସିଥିବା ୯୬୦ ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି; ସେମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭାରତରେ ଅଟକି ରହିଥିବା ବିଦେଶୀଙ୍କ ଯାତାୟାତ ପାଇଁ ଏସଓପି ଜାରି କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ପରିଶିଷ୍ଟ କରାଯାଇଛି ଏବଂ କୋଭିଡ-୧୯ ନେଗେଟିଭ ରିପୋର୍ଟ ଆସିବା ପରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ।

ତବ୍ଲିଗ ଜମାତ କାର୍ୟ୍ୟକଳାପରେ ସମ୍ପୃକ୍ତି କାରଣରୁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପର୍ୟ୍ୟଟକ ଭିସାରେ ଆସିଥିବା ୯୬୦ ଜଣ ବିଦେଶୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି; ସେମାନଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭାରତରେ ଅଟକି ରହିଥିବା ବିଦେଶୀଙ୍କ ଯାତାୟାତ ପାଇଁ ଏସଓପି ଜାରି କରିବା ନିମନ୍ତେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ପରିଶିଷ୍ଟ କରାଯାଇଛି ଏବଂ କୋଭିଡ-୧୯ ନେଗେଟିଭ ରିପୋର୍ଟ ଆସିବା ପରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ।

କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଡ. ରାମ ମନୋହର ଲୋହିଆ ଏବଂ ସଫଦରଜଙ୍ଗ ହସ୍ପିଟାଲ ପରିଦର୍ଶନ କଲେ ଡ. ହର୍ଷବର୍ଦ୍ଧନ; ରୋଗୀଙ୍କ ସହିତ କଲେ ଆଲୋଚନା

ଦେଶରେ କୋଭିଡ-୧୯ ମୁକାବିଲା ଲାଗି ଚିକିତ୍ସା ସରଞ୍ଜାମର ଅଭାବ ନାହିଁ

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଚିକିତ୍ସା ସରଞ୍ଜାମର କୌଣସି ଅଭାବ ନାହିଁ।

କୋଭିଡ-୧୯ ମୁକାବିଲା ଦିଗରେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହିତ କାନ୍ଧ ସହ କାନ୍ଧ ମିଳାଇ କାର୍ୟ୍ୟ କରୁଛି ସଶସ୍ତ୍ର ସେନାବାହିନୀ

ମୁମ୍ବାଇ, ଜୈଶାଲମେର, ଯୋଥପୁର, ହିନ୍ଦନ, ମାନେସାର ଓ ଚେନ୍ନାଇରେ ସେନାବାହିନୀ ପକ୍ଷରୁ ୬ଟି ସଙ୍ଗରୋଧ କେନ୍ଦ୍ର ପରିଚାଳିତ ହେଉଛି। ଏସବୁ କେନ୍ଦ୍ରରେ ୧୭୩୭ ଜଣଙ୍କୁ ରଖାଯାଇଛି, ଏମାନଙ୍କ ମଧ୍ୟରୁ ୪୦୩ ଜଣଙ୍କୁ ଛାଡ଼ି ଦିଆଯାଇଛି।

କୋଭିଡ-୧୯ କାରଣରୁ ଲକଡାଉନ ସ୍ଥିତିରେ ଦେଶବ୍ୟାପୀ ବାଧାମୁକ୍ତ ଖାଦ୍ୟଶସ୍ୟ ଯୋଗାଣ ସୁନିଶ୍ଚିତ କଲା ଭାରତୀୟ ଖାଦ୍ୟ ନିଗମ

ଆଜି ୬୯ଟି ରେଳ ରେକ ଲୋଡ କରାଯାଇଛି, ୨୪ ମାର୍ଚ୍ଚରେ ଲକଡାଉନ ଆରମ୍ଭ ହେବା ପରଠାରୁ ମୋଟ ୪୭୭ ରେକରେ ୧୩.୩୬ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ ହୋଇଛି।

ଏଲପିଜି ସିଲିଣ୍ଡର ଯୋଗାଣ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଣ ସମ୍ପର୍କରେ ଡିଏନଓମାନଙ୍କ ସହିତ ଆଲୋଚନା କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଇ-ନାମ ପ୍ଲାଟଫର୍ମରେ ନୂଆ ବୈଶିଷ୍ଟ୍ୟର ଶୁଭାରମ୍ଭ କଲେ କୃଷି ମନ୍ତ୍ରୀ

କୋଭିଡ-୧୯ ମୁକାବିଲା ଲାଗି ଫସଲ ମଣ୍ଡିରେ ଭିଡ଼ ଦୂର କରିବାର ଜରୁରି ଆବଶ୍ୟକତା ଦେଖାଦେଇଛି। ତେଣୁ କୃଷକମାନଙ୍କୁ ସେମାନଙ୍କ କୃଷିଜାତ ଉତ୍ପାଦ ବିକ୍ରୟ ଲାଗି ବାରମ୍ବାର ଯେପରି ମଣ୍ଡିକୁ ଆସିବାକୁ ନପଡ଼ିବ ସେହି ଉଦ୍ଦେଶ୍ୟରେ ଜାତୀୟ କୃଷି ବଜାର (ଇ-ନାମ)ରେ ଏକ ନୂତନ ବୈଶିଷ୍ଟ୍ୟକୁ କୃଷି ମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ଯାହା କୃଷି ବିପଣନ ବ୍ୟବସ୍ଥାକୁ ସୁଦୃଢ଼ କରିବ।

ସର୍ବସାଧାରଣ ସ୍ଥାନରେ ପ୍ରଭାବୀ ବିଶୋଧନ ପାଇଁ ସରଞ୍ଜାମ ବିକଶିତ କଲା ଡିଆରଡିଓ

ଶ୍ରୀ ପୀୟୂଷ ଗୋୟଲଙ୍କ ଷ୍ଟାର୍ଟଅପ୍ ଅଂଶୀଦାରଙ୍କ ସହିତ ଭିଡିଓ କନଫରେନ୍ସ

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଷ୍ଟାର୍ଟଅପ ଅଂଶୀଦାରମାନଙ୍କ ସହିତ ଏକ ବୈଠକ ଆୟୋଜନ କରିଥିଲେ, ସେମାନଙ୍କ କାରବାର ଉପରେ କୋଭିଡ-୧୯ ଏବଂ ଲକଡାଉନର ପ୍ରଭାବ ଅନୁଧ୍ୟାନ କରିବା ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରିବୁଝିଥିଲେ।

କୋଭିଡ-୧୯ ମୁକାବିଲା ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ସିମ ସିଲିଂ ଗ୍ଲୁ ସହିତ ବାୟୋ ସୁଟ ବିକଶିତ କଲା ଡିଆରଡିଓ

ନିଜସ୍ବ ସୁବିଧାରେ ମାସ୍କ ଓ ସାନିଟାଇଜର ଉତ୍ପାଦନ ତ୍ବରାନ୍ବିତ କଲା ରେଳପଥ
ଏପ୍ରିଲ ୧, ୨୦୨୦ ସୁଦ୍ଧା ଭାରତୀୟ ରେଳପଥ ମୋଟ ୨୮୭୭୦୪ ସଂଖ୍ୟକ ମାସ୍କ ଏବଂ ୨୫୮୦୬ ଲିଟର ସାନିଟାଇଜର କ୍ଷେତ୍ରୀୟ ରେଳପଥ ଉତ୍ପାଦନ ୟୁନିଟ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରେ ପ୍ରସ୍ତୁତ କରିସାରିଛି।

ଲକଡାଉନ କଟକଣାରୁ ନିର୍ଦ୍ଦିଷ୍ଟ ସେବାକୁ ବାଦ ଦିଆଗଲା

ଲକଡାଉନରୁ ନିର୍ଦ୍ଦିଷ୍ଟ ସେବାକୁ ବାଦ ଦେବା ଲାଗି କେନ୍ଦ୍ର ଗୃହ ସଚିବ ବିଭିନ୍ନ ରାଜ୍ୟକୁ ପତ୍ର ଲେଖି ଅବଗତ କରିଛନ୍ତି।ଏସବୁ ସେବା ମଧ୍ୟରେ ରହିଛି କୃଷି ଉତ୍ପାଦର ସିଧାସଳଖ ବିପଣନଶିଶୁମହିଳାସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ବାରା ଦିଆଯାଉଥିବା ଖାଦ୍ୟ  ପୋଷକ ସହାୟତା ଏବଂ ଚିକିତ୍ସା ସେବା  ଆୟୁଷ ବର୍ଗ ଅଧୀନରେ ଔଷଧ ଉତ୍ପାଦନ l

କୋଭିଡ-୧୯ ମୁକାବିଲା ଲାଗି ଏସଆଇଏନଇ, ଆଇଆଇଟି ବମ୍ବେ ଠାରେ ତ୍ବରିତ କାର୍ୟ୍ୟାନୁଷ୍ଠାନ କେନ୍ଦ୍ର ପ୍ରତିଷ୍ଠା କଲା ଡିଏସଟି

ଭାରତ ଦେଖୁଛି ଡିଡି, କରୁଛି କରୋନା ମୁକାବିଲା

ଲକଡାଉନ ସମୟରେ ଡିଡି ନାସନାଲ ଓ ଡିଡି ଭାରତୀରେ ଲୋକପ୍ରିୟ ଧାରାବାହିକ ପୁନଃ ପ୍ରସାରଣ କରାଯିବା ଫଳରେ ଦୂରଦର୍ଶନ ପୁଣିଥରେ ରାଷ୍ଟ୍ରୀୟ ପ୍ରସାରଣ ସେବା ଭାବେ ଭାରତବାସୀଙ୍କ ହୃଦୟରେ ନିଜର ସ୍ଥାନକୁ ପକ୍କା କରିଛି।

ପ୍ରଧାନମନ୍ତ୍ରୀ ଏବଂ ମହାମହିମ ୱେଲ୍ସର ଯୁବରାଜଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ୱେଲ୍ସର ଯୁବରାଜଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ଦୁଇ ମହାମହିମଙ୍କ ମଧ୍ୟରେ ବର୍ତ୍ତମାନର କୋଭିଡ-୧୯ ମହାମାରୀ ସମ୍ପର୍କରେ ଆଲୋଚନା ହୋଇଥିଲା।

ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀ ଚାନ୍ସେଲରଙ୍କ ମଧ୍ୟରେ ଟେଲିଫୋନ ଯୋଗେ ଆଲୋଚନା

ଜର୍ମାନୀର ଚାନ୍ସେଲର ମହାମହିମ ଡ. ଆଞ୍ଜେଲା ମର୍କେଲଙ୍କ ସହିତ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ଦୁଇ ନେତା ବର୍ତ୍ତମାନର କୋଭିଡ-୧୯ ମହାମାରୀ, ସେମାନଙ୍କ ଦେଶରେ ଏହାର ପରିସ୍ଥିତି, ଏବଂ ଏହି ସ୍ବାସ୍ଥ୍ୟ ସଂକଟର ମୁକାବିଲା କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ।

କୋଭିଡ-୧୯ ଏବଂ ତତସଂକ୍ରାନ୍ତ ଶ୍ବାସକ୍ରିୟା ଜନିତ ସଂକ୍ରମଣର ପ୍ରତିହତ କରିବା ଲାଗି ଡିଏସଟି-ଏସଇଆରବି ପକ୍ଷରୁ ଏହାର ପ୍ରଥମ ସେଟର ଅନୁମୋଦିତ ପ୍ରକଳ୍ପ ଘୋଷଣା

ପର୍ୟ୍ୟଟକ ଏବଂ ପର୍ୟ୍ୟଟନ ଉଦ୍ୟୋଗ ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଉଥିବା ସମସ୍ତ ସ୍ବାସ୍ଥ୍ୟ ସଂକ୍ରାନ୍ତ ଏବଂ ଅନ୍ୟ ମାର୍ଗଦର୍ଶିକା ଏବଂ ଗାଇଡଲାଇନର ନିୟମିତ ପ୍ରସାର ସୁନିଶ୍ଚିତ କରୁଛି ପର୍ୟ୍ୟଟନ ମନ୍ତ୍ରଣାଳୟ

ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ପିଏମ କେୟାର୍ସ ପାଣ୍ଠିକୁ ୯୨୫ କୋଟି ଟଙ୍କା ଦାନ

କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିରାକରଣ ପାଇଁ ବିସ୍ତୃତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବ୍ୟାପକ ଭାବେ ନିଜର ସମସ୍ତ ବ୍ୟବସ୍ଥାକୁ ନିୟୋଜିତ କଲା ଭାରତୀୟ ରେଳପଥ

କୋଭିଡ-୧୯ ସଂକ୍ରମଣ ସମୟରେ କିଭଳି ସୁରକ୍ଷିତ ରହିହେବ ସେ ସମ୍ପର୍କରେ ଲିଖିତ ଭାବେ ୟୁଜିସି, ଏଆଇସିଟିଇ, ଏନସିଟିଇ, ଏନଆଇଓଏସ, ଏନସିଇଆରଟି ଏବଂ କେଭିଏସକୁ ସୂଚିତ କଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ;

ଲକଡାଉନକୁ କାର୍ୟ୍ୟକାରୀ କରିବା ଲାଗି ଉତ୍ତର ପୂର୍ବ କ୍ଷେତ୍ରର ଅନ୍ତର୍ଜାତୀୟ ସୀମା (ପାଖାପାଖି ୫୫୦୦ କିମି)କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି : ଡ. ଜିତେନ୍ଦ୍ର ସିଂ

Advertisement