ସାତନଳ ଛକରେ ଆମ୍ବୁଲାନ୍ସ-ବାଇକ ମୁହାଁମୁହିଁ ଧକ୍କା

373
ADVERTISEMENT

କୋଦଳା, ୨୬/୬(ଡ଼ିଏଚବି): ମଙ୍ଗଳବାର ରାତି ପ୍ରାୟ ୮ଟା ୧୫ ମିନିଟରେ କୋଦଳା ଥାନା ଅନ୍ତର୍ଗତ ସାତନଳ ଛକଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୋଦଳାରୁ ବେରୁଆଁବାଡ଼ି ଯାଉଥିବା ଏକ ଗ୍ଲାମର ବାଇକ(ଓଡ଼ି-୦୭-ଭି-୩୬୫୫) ସହ ଆସିକା ପଟରୁ କୋଦଳା ଅଭିମୁଖେ ଆସୁଥିବା ଏକ ରୋଗୀବିହୀନ ୧୦୨ଆମ୍ବୁଲାନ୍ସ(ଓଡ଼ି-୦୫-ଏନ୍-୮୧୭୦) ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସଟି କଡ଼ରେ ଥିବା ଏକ କେନାଲ ପାର୍ଶ୍ଵକୁ ଚାଲିଯାଇଥିବା ସହ ବାଇକର ଆଗପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।

ଏଥିରେ ବାଇକ ଚାଳକ ଭଗବାନ ପାଢ଼ୀ(୨୫) ଓ ବିପିନ ଗୌଡ଼(୨୬)ଙ୍କୁ ଆଘାତ ଲାଗିଥିବାବେଳେ ଆମ୍ବୁଲାନ୍ସର ଡ୍ରାଇଭରଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ତନାଘନା କରିବା ସହ ଗାଡି ଦ୍ବୟକୁ ଜବତ କରିଛି।

Advertisement