ସୁନ୍ଦରଗଡ଼, ୧୪/୧୦(ଡି.ଏଚ): ଆଜି ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡ଼ିଏମଓ ପଙ୍କଜ ପଟେଲ ତାଙ୍କ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବନ କରିଛନ୍ତି ସରକାର । ସେପଟେ ଜିଲ୍ଲାପାଳ ନିଖିଲି ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ମୋ ସରକାର କାର୍ଯ୍ୟକାରିତାରେ ଅବହେଳା ନେଇ ରିପୋର୍ଟ ତଲବ ହୋଇଛି । ସରକାରୀ ନିର୍ଦ୍ଦେଶ ସତ୍ତେ୍ୱ ମୋ ସରକାର କାମର ଅବହେଳା ଅଭିଯୋଗ ହୋଇଥିବା ସୂଚନା ମିଳିଛି ।