ଜେଇଇ ଆଡଭାନ୍ସଡ ଫଳ ପ୍ରକାଶ; କାର୍ତ୍ତିକେୟ ଗୁପ୍ତା ଟପ୍ପର

242
ADVERTISEMENT

ନୂଆଦିଲ୍ଲୀ ୧୪/୬(ଏଜେନ୍ସି) : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଆଡଭାନ୍ସଡ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା ସର୍ବୋଚ୍ଚ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି। ସେ ଜେଇଇ-ମେନ ୨୦୧୯ ପରୀକ୍ଷାରେ ୧୮ତମ ରାଙ୍କ ହାସଲ କରିଥିଲେ। ଜେଇଇ ଆଡଭାନ୍ସଡ ପରୀକ୍ଷାରେ ସେ ୩୬୦ରୁ ୩୩୭ ନମ୍ବର ରଖି ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି। କାର୍ତ୍ତିକେୟଙ୍କ ଘର ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ। ସେହିପରି ଆଲ୍ଲାହାବାଦର ହିମାଂଶୁ ସିଂହ ୨ୟ ଏବଂ ଦିଲ୍ଲୀର ଅର୍ଚ୍ଚିତ ବୁବନା ୩ୟ ସ୍ଥାନ ଅଧିକାର କରିଛନ୍ତି।

Advertisement