କର୍ମନିଯୁକ୍ତି ଯୋଜନାରୁ ବଞ୍ଚିତ ଗ୍ରାମବାସି ବ୍ଲକ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ପ୍ରକାଶ l

2
ADVERTISEMENT

କୁକୁଡାଖଣ୍ଡି,୨୫।୦୩(ଇ ରଞ୍ଜନ):-କେନ୍ଦ୍ର ସରକାରଙ୍କ ଗ୍ରାମୀଣ ନିଶ୍ଚିତ ଯୋଜନା ରେ ସାମିଲ କରିବାକୁ ଦୌଡ଼ି ନିରାଶ ଆଜି କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଙ୍କ ନିକଟରେ ଜି. ରାମ. ଜି ଯୋଜନା ରେ ସାମିଲ କରି ଜବ୍ କାର୍ଡ ପ୍ରଧାନ ସମ୍ପର୍କ ରେ କୁକୁଡାଖଣ୍ଡି ପଂଚାୟତର ବାଉଁଶୟା ପଲ୍ଲୀ ଗ୍ରାମବାସି ଏକତ୍ରିତ ହୋଇ ବିଡ଼ିଓ ଙ୍କ ନିକଟରେ ଫେରଦ ହୋଇ କାର୍ଡ ଯୋଗାଇଦେବା କୁ ଦାବି କରିଛନ୍ତି l ଜୀବନ ଜୀବିକା ନିର୍ବାହ କରିବା କୁ ଗ୍ରାମାଞ୍ଚଳ ଲୋକେ କୌଣସି ବିକଳ୍ପ ମିଳୁନଥିବାରୁ ଲୋକେ ସରକାରଙ୍କ ୧୦୦ଦିନ କର୍ମ ନିଯୁକ୍ତି ଗେରେଣ୍ଟିରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଜବ କାର୍ଡ ସମସ୍ୟାରେ ଘାଣ୍ଟି ହୋଇ କର୍ମକ୍ଷେତ୍ର ମିଳୁନଥିବା ରୁ ଗରିବ ଶ୍ରେଣୀର ଲୋକେ ଆର୍ଥିକ ଅନଟନ ରେ ଶିକାର ହେଉଛନ୍ତି । ପଂଚାୟତ କାର୍ଯ୍ୟାଳୟ ରେ କାର୍ଡ କଟି ଯାଇଥିବା ସହ ନୂତନ କାର୍ଡ ମିଳୁନଥିବାରୁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରାୟ ଗତ ଏକ ବର୍ଷ ଧରି ଗ୍ରାମର ଅନେକ ଲୋକେ ପେଟ ପାଟଣା ରେ ବ୍ୟାଘାତ ସୃଷ୍ଟି ହେଉଥିବା ରୁ ଏହା ପରିବାର ପ୍ରତିପୋଷଣ ପ୍ରଭାବିତ ହୋଇଛି।ସୂଚନା ଅନୁଯାୟୀ, ପୂର୍ବରୁ ଏହି ଗ୍ରାମର ଅନେକ ଲୋକଙ୍କ ପାଖରେ ଜବ୍ କାର୍ଡ ଥିଲା ଓ ସେମାନେ ମନରେଗା ଯୋଜନାରେ ସାମିଲ ହୋଇ କାମ କରୁଥିଲେ। ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି।ଏନେଇ ଆଜି କାପଲ ଲାଛେୟାଙ୍କ ନେତୃତ୍ୱରେ ପ୍ରାୟ ୩୦ରୁ ଅଧିକ ମହିଳା ଓ ପୁରୁଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ବାଇଁଙ୍କୁ ଭେଟି ଲେଖିତ ଅଭିଯୋଗ ଦାଖଲ କରିଥିଲେ। ସେମାନେ ଦାବି କରିଥିଲେ ଯେ, ପଞ୍ଚାୟତ ଅଧିକାରୀଙ୍କୁ ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ପଞ୍ଚାୟତ ପକ୍ଷରୁ ଅବହେଳା ହୋଇଥିବାର ଅଭିଯୋଗ ମଧ୍ୟ ଉଠିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜବ୍ କାର୍ଡ ନଥିବାରୁ ସେମାନେ କାମ ନପାଇ ଆର୍ଥିକ ସଂକଟରେ ଅଛନ୍ତି। କିଛି ପରିବାର ଦିନକୁ ଦିନ ଜୀବନ ଯାପନ କରିବାରେ ସମସ୍ୟା ଭୋଗୁଛନ୍ତି।ଏପଟେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଲ୍ଲବୀ ସ୍ବାଇଁ କହିଛନ୍ତି ଯେ, ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱର ସହ କ୍ଷେତ୍ରସ୍ତରରେ ତଦନ୍ତ କରାଯିବ ଓ ଯାହାଙ୍କ ଜବ୍ କାର୍ଡ କାଟିଯାଇଛି ସେମାନଙ୍କୁ ପୁନଃ ଜବ୍ କାର୍ଡ ଯୋଗାଇବା ପାଇଁ ଶୀଘ୍ର ପଦକ୍ଷେପ ନିଆଯିବ।

Advertisement