ଭୁବନେଶ୍ୱର,୨୫।୦୩(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ। ସେ ଏମଏସିପି ଯୋଜନା ଅଧୀନରେ ଜଣେ କର୍ମଚାରୀଙ୍କ ଦରମାର ଆବଶ୍ୟକୀୟ ସଂଶୋଧନ ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏବଂ ଭିଜିଲାନ୍ସ ଟିମ୍ ତାଙ୍କ ଡ୍ରୟରରୁ ଏକ ଲକ୍ଷ ୨୯ ହଜାର ଟଙ୍କା ଜବତ କରିଛି।


















