ବ୍ରହ୍ମପୁର,୨୩।୩(ଡ଼ି.ଏଚ ବ୍ୟୁରୋ):-ଦଶନ୍ଧି ଦଶଦ୍ଧି ଧରି ସାମ୍ବାଦିକମାନେ ସେମାନଙ୍କର ସାମ୍ବିଧାନିକ ଦାବି ହାସଲ କରିବା ପାଇଁ ସଂଗଠିତ ଭାବେ ଦାବି କରି ଆସୁଥିଲେ ମଧ୍ୟ ଦଳୀୟ ସରକାର ଗୁଡିକ ସେମାନଙ୍କ ଦାବି ପ୍ରତି କାଳକ୍ଷେପଣ ନୀତି ପ୍ରୟୋଗ କରୁଥିବା ଯୋଗୁଁ ସାମ୍ବାଦିକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହାର ନିରାକରଣ ପାଇଁ ସରକାର ସାମ୍ବାଦିକ ଗଠନ ଗୁଡିକ ସହ ମିଳିତ ଭାବେ ସମାଧାନର ସୁତ୍ର ତୁରନ୍ତ ବାହାର କରାଯିବ ଉଚିତ ବୋଲି ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖାର ପ୍ରଥବ ବାର୍ଷିକ ଉତ୍ସବ ଅବସରରେ ଅତିଥିମାନେ ମତ ପ୍ରକାଶ କରିବା ସହ ରାଜ୍ୟ ସରକାର କିଛି ପ୍ରତିଶୃତି ରକ୍ଷାକରନ୍ତୁ ବୋଲି ଦାବି କରିଥିଲେ ।ଗତ ୧୦ତାରିଖ ଦିନ ସ୍ଥାନୀୟ ଇଞିନିୟରିଙ୍ଗ ଛକ ସ୍ଥିତ ରାଜସ୍ୱ ଡାକ ବଙ୍ଗଳା ଠାରେ କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖାର ପ୍ରଥମ ବାର୍ଷିକ ଉତ୍ସବରେ ରାଜ୍ୟ ବିଧାନସଭାର ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନେ ଅନେକ ସମସ୍ୟା ଦେଇ ସେମାନଙ୍କ ବୃତ୍ତି ପ୍ରତି ସଚେତନ ରହୁଥିଲେ ମଧ୍ୟ ଆର୍ଥିକ ଅନଟନ ହେଉଛି ସମସ୍ୟାର ପ୍ରମୁଖ କାରଣ । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ୍ ମିଳୁଥିବାବେଳେ ଓଡିଶା ସରକାର ଏହାପ୍ରତି ଉଦାସୀନ ରହୁଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ସାମ୍ବାଦିକତା ଏକ ସେବାମୂଳକ କାର୍ଯ୍ୟଭାବେ ବିବେଚନା କରାଯାଉଥିଲେ ମଧ୍ୟ ସରକାରୀ ଭାବେ ଏହା ଏକ ବୃତ୍ତି ଭାବେ ସ୍ୱୀକୃତି ପ୍ରାପ୍ତ ହୋଇଛି ।
ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା ଅନ୍ୟତମ ସମ୍ବାନୀତ ଅତିଥି ଭାବେ ଯୋଗଦେଇ ନାର୍ଯ୍ୟଦାବୀ ପ୍ରତି ଆନ୍ଦୋଳନ କେବେବି ନିରର୍ଥକ ହୁଏ ନାହିଁ । ୧୯୪୫ ମସିହାରେ ସ୍ଥାପିତ ଏହି ସଂଘର ଲଢେଇ ଯୋଗୁଁ ସାମ୍ବାଦିକମାନେ ଆଜି ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ହୋଇପାରିଛନ୍ତି । ସାମ୍ବାଦିକ ସୁରକ୍ଷା ଏବଂ ପେନସନ୍ ସରକାରୀ ସ୍ତରରେ ବିଚାର ବିମର୍ଷ ଚାଲିଛି । ଯାହାକି ସଂଘ ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା କରୁଛନ୍ତି । ଖୁବଶ୍ରୀଘ ସରକାର ଏହାକୁ ଘୋଷଣା କରିବେ ବୋଲି ସଂଘ ଆଶାବାଦୀ ଅଛି ବୋଲି ସୂଚନା ଦେଇଥିଲେ ।ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ସାମ୍ବାଦିକମାନଙ୍କୁ ବର୍ତ୍ତମାନ ମିଳୁଥିବା ସରକାରୀ ସୁବିଧା ପର୍ଯ୍ୟାପ୍ତ ନୁହେଁ,ତାହାକୁ ବଢାଇବା ସହ ଜିଲ୍ଲାସ୍ତରରେ ଅଧିସ୍ୱୀକୃତି ପ୍ରଦାନ ଏବଂ ଅଧିସ୍ୱୀକୃତି କମିଟିର ସଂସ୍କାର ଆଣିବା ପାଇଁ ସାମ୍ବାଦିକ ମାନଙ୍କର ଅନ୍ୟାନ୍ୟ ଦାବି ମଧ୍ୟରେ ଏକ ପ୍ରମୁଖ ଦାବୀ । ଦାବୀ ହାସଲ ପାଇଁ ଜିଲ୍ଲାସ୍ତରରୁ ରାଜ୍ୟଯାଏଁ ଆଉ ଏକ ବୃହତ୍ତ ଆନ୍ଦୋଳନ ପାଇଁ ସାମ୍ବାଦିକମାନେ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । ର୍ଦୁନିତୀ ମୁକ୍ତ ଓଡିଶା ନିର୍ମାଣର ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ପଣ୍ଡା ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶାରୁ ର୍ଦୁନିତୀ ଭ୍ରଷ୍ଟାଚାର ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ସେ ସାମ୍ବାଦିକ ମାନଙ୍କୁ ତାଙ୍କର ନୂତନ ଭାବେ ଗଠିତ ର୍ଦୁନିତୀ ମୁକ୍ତ ଓଡିଶା ନିର୍ମାଣ ପ୍ରତିଷ୍ଠାନ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଥିଲେ । ସାମ୍ବାଦିକମାନେ ତାଙ୍କୁ ସହଯୋଗ କଲେ ସପ୍ନ ସଫଳ ହେବ ବୋଲି ବିଶ୍ୱାସ କରୁଥିବା ସେ କହୁଥିଲେ । ଏହି ବୃତ୍ତିପ୍ରତି ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନା କରିବା ପାଇଁ ଶ୍ରୀ ପଣ୍ଡା ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମାଜ ଏବଂ ବ୍ୟକ୍ତିଗତ ଚରିତ୍ର ସଂହାର ସମ୍ବାଦ ପରିବେଷଣରୁ ନିବୃତ୍ତ ରହି ଗଠନମୂଳକ ସମାଲୋଚନା ସଂପର୍କିତ ସମ୍ବାଦ ପରିବେଷଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ବରିଷ୍ଠ ସ୍ତମ୍ବକାର ସାମ୍ବାଦିକ ତଥା ଆଇନଜୀବି ଭଗବାନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ,ବର୍ତମାନ ସମ୍ବାଦ ପରିବେଷଣର ତରିକା ବଦଳିଯାଇଛି । ସମ୍ବାଦ ପତ୍ର ଗୁଡିକ ନିରପେକ୍ଷ ବୋଲି ଯେତେ ଡିଣ୍ଡିମ ପିଟିଲେ ମଧ୍ୟ ସଂପ୍ରତି ତାହା ରାଜନୈତିକ ନେତୃବୃନ୍ଦ ଏବଂ ଶିଳ୍ପପତିଙ୍କ ନିୟନ୍ତ୍ରଣରେ ରହୁଥିବା ଯୋଗୁଁ ସାମ୍ବାଦିକଙ୍କ ସ୍ୱାଧୀନତାରେ ପ୍ରଶ୍ନବାଚ ସୃଷ୍ଟି ହେବା ସ୍ୱାଭାବିକ । ଏ କ୍ଷେତ୍ରରେ ସାମ୍ବାଦିକମାନେ ସେମାନଙ୍କ ଦାବି ହାସଲ ପାଇଁ ଲଢେଇ ଜାରି ରଖନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ନବୀନର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ ଯୋଗଦେଇ କହିଲେ, ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ସଂଘ ଶାଖାର ଏହା ପ୍ରଥମ ବାର୍ଷିକ ଉତ୍ସବ ହୋଇଥିଲେ ମଧ୍ୟ ଗଂଜାମ ଜିଲ୍ଲାରେ ଏହି ସଂଘର ଇତିହାସ ସୁଦୂର ପ୍ରସାରୀ । ଜିଲ୍ଲାରେ ବହୁ ବିଶିଷ୍ଟ ସାମ୍ବାଦିକ ଗଂଜାମ ଫୁଲବାଣୀ ପେଷାଦାର ସାମ୍ବାଦିକ ସଂଘ ନାମରେ ଏକ ସଂଘ ଗଠନ କରିଥିଲେ । ଯାହାକି ବର୍ତ୍ତମାନ ଏହା ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖା ଭାବେ ସ୍ୱିକୃତ । ସାମ୍ବାଦିକ ମାନଙ୍କର ସମସ୍ୟା ସରକାରଙ୍କୁ ଜଣାଅଛି । କାର୍ଯ୍ୟକାରୀ କରିବାକୁ ଆଗ୍ରହୀ ନୁହନ୍ତି । ଏକ୍ଷେତ୍ରରେ ସାମ୍ବାଦିକମାନେ ସଂଗଠିତ ହୋଇ ଦାବୀ ହାସଲ ଯାଏଁ ଆନ୍ଦୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ପରାର୍ମଶ ଦାତା ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ ୍ରମିଶ୍ର, ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖାର କାର୍ଯ୍ୟକାରୀ ସଂପାଦକ ଅଭୟ କୁମାର ପାଢୀ, ସଭାପତି କ୍ଷେତ୍ରବାସୀ ରଥ, ସାଂଗଠନିକ ସଂପାଦକ ମନୋରଂଜନ ଦଳେଇ, ଉପ ସଭାପତି ହେମନ୍ତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ ଅନନ୍ତ ଆପଟ୍ଟ ପ୍ରମୁଖ ଅତିଥିମାନେ ଆଲୋଚନାରେ ଅଂଶ ଗ୍ରହଣ କରି ସଂଘକୁ ମଜଭୂତ କରିବା ପାଇଁ ପୃଥକ ପୃଥକ ମତ ରଖିଥିଲେ ।ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବର୍ଷିୟାନ ସାମ୍ବାଦିକ ଏବଂ ଫୋଟଗ୍ରାଫର ରବିନ୍ଦ୍ର କୁମାର ମହାରଣା, ସୁନେରୀ ବିଶ୍ୱାସ, ଡାକ୍ତର ସତ୍ୟ ନାରାୟଣ ସାହୁ , ସୀତାରାମ ପଣ୍ଡା, ସୁରେଶ ଚନ୍ଦ୍ର ପାଢୀ ଅତିଥି ମାନଙ୍କ ଦ୍ୱାରା ସମ୍ବୋଦ୍ଧିତ ହୋଇଥିଲେ ।
ବ୍ରହ୍ମପୁରର ଇଷ୍ଟଦେବୀ ମା ବୁଢୀ ଠାକୁରାଣୀ ଫୋଟଚିତ୍ର ଥାଇ ଉତ୍କଳ ସାମ୍ବାଦିକ ସଂଘ ବ୍ରହ୍ମପୁର ଶାଖା ତରଫରୁ ଏକ ସ୍ମାରକୀ ଶୃତି ଫଳକ ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ କର କମଳରେ ଶାଖା ତରଫରୁ ଅର୍ପଣ କରାଯାଇଥିଲା । ସଂଘରେ ନୂତନ ଭାବେ ଆଉ ୧୦ଜଣ ସାମ୍ବାଦିକ ସାମିଲ ହୋଇ ଥିବାବେଳେ ସେମାନଙ୍କୁ ପୁଷ୍ପଗୁଚ୍ଛ,ଉପଢୈକନ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇ ସେମାନଙ୍କ ନାମ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସରୋଜ କୁମାର ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟନାରାୟଣ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

















